Sahitya Jibana

Portal on odia literature

ଅପେକ୍ଷା – ଓମ୍ ମିଶ୍ର

1 min read

ଗଛ ଲତା ବିହୀନ ଜୀବନର ପନ୍ତାର ଭୂମିରେ

ଅପେକ୍ଷା ଆଜି ପ୍ରଶ୍ନବାଚୀ

କଣ୍ଟା ହୋଇ ମୋ ଶରୀର କୁ ଲହୁରେ ଭିଜାଉଛି

ପୁଣି ଆଖିକୁ ଅଶ୍ରୁ ରେ ଦେଉଛି ସାଜି।

 

ଆଖିର ଆଭୂଷଣ ହୋଇଛି ଲୁହ

ହୃଦୟ ମୋ ଧର୍ଯ୍ୟ ହରା

ଅପେକ୍ଷା ଖେଳୁଛି ଲୁଚକାଳି ପୁଣି

କରି ମୋତେ ବେସାହାରା।

 

ଅପେକ୍ଷା ନେଉଛି ଧର୍ଯ୍ୟ ର ପରୀକ୍ଷା

ଜାଣିନି କି ହେବି ଉତ୍ତୀର୍ଣ୍ଣ

ପରୀକ୍ଷା ଖାତା କୁ ଲୁହରେ ଭିଯାଇ

ଅବସ୍ଥା ମୋ ଜୀର୍ଣ୍ଣ ସୀର୍ଣ୍ଣ ।

 

 

ପ୍ରତି ପାଦରେ ଝରଇ ଲୁହ ଲହୁ ଏଠି

ଡେଣା ଥାଇ ଡେଣା ବିହୀନ

ଅପେକ୍ଷା ଜାଲରେ ଛନ୍ଦି ମୁଁ ହୋଇଛି

ଏଠି କାଟୁଛି ମୁଁ ବନ୍ଦୀ ଜୀବନ।

 

ଅପେକ୍ଷା ଉତ୍ତର ଖୋଜି ମୁଁ ପାଉନି

ଜୀବନର ଶବ୍ଦ କୋଷେ

ଭାବୁଛି ବାକି ଜୀବନ କୁ ଏମିତି କାଟିବି

ମୋର ଜୀର୍ଣ୍ଣ ସୀର୍ଣ୍ଣ ଏହି ବେଶେ।

_____________________

ଓମ୍ ମିଶ୍ର

ସିକୋ , ରାଜକନିକା , କେନ୍ଦ୍ରାପଡ଼ା

ହ୍ୱାଟ୍ସଆପ୍ ନମ୍ବର:

8658639208