କରିଦିଅ ପ୍ରଭୁ – ଡ. ପ୍ରିୟମ୍ବଦା ସାମଲ
1 min read
ଫୁଲ ପରି ମୋତେ କରିଦିଅ ପ୍ରଭୁ
ସଦା ଦେଉଥିବି ବାସ
ପକ୍ଷୀ ପରି ମୋତେ କରିଦିଅ ପ୍ରଭୁ
ମଧୁର ହେଉ ମୋ ଭାଷ।
ଧରିତ୍ରୀ ପରି ସହନଶୀଳତା
ମୋଠାରେ ଦିଅ ଭରି
ସବୁ ସହି ମୁହିଁ ହସାଉଥାଏ
ଗ୍ଯାନ ଆହରଣ କରି।
ଗିରି ପରି ମୋତେ ନିଶ୍ଚଳ କର
କେବେ ବିଚଳିତ ନହୁଏ
ସଦା ହରଷେ କର୍ମ କରି ଉଚ୍ଚା
ଶିର କରି ଚାଲୁ ଥାଏ।
ପିପିଲିକା ପରି କରୁଥାଏ କର୍ମ
ନୀରବରେ ରହି ରହି
ବିଦ୍ଯା ବୁଦ୍ଧି ସବୁ ସାଉଁଟି ସାଉଁଟି
ବୁଦ୍ଧିମାନ୍ ହୁଏ ମୁହିଁ।
ଝରଣାସମ ଝରି ଝରି ସଦା
ଗାଉ ଥାଏ ସାମ୍ଯଗୀତି
ଦୟା କ୍ଷମା ସ୍ନେହ ବାଣ୍ଟୁ ଥାଏ
ସଦା କରୁଣା ଥାଉ ମୋ ପ୍ରତି।
ଡ. ପ୍ରିୟମ୍ବଦା ସାମଲ
ଗଜପତି