Sahitya Jibana

Portal on odia literature

ସଂଶୟ – ଅଶୋକ କୁମାର ମହାନ୍ତ

1 min read

ବସନ୍ତ ବିଦାୟ

ନୁହେଁ କି ବିଷାଦମୟ

ଉତପ୍ତ ହୋଇଲା

ଏଇ ଧରା ll

 

ଗ୍ରୀଷ୍ମ ର ପ୍ରଭାବ ଯେ

ଆସିଲା ଲେଉଟି

ବିଷାଦ ଚିତ୍ତରେ ଛନ୍ତି

କହିବାକୁ ନାହିଁ କେହି ଆହା ll

 

ବସନ୍ତି କୋକ ଦମ୍ପତି

ଚଳିଲା ତାଙ୍କ ସମ୍ପତି

ଆଉକା ନାହିଁ ଅପାର

ଲୁହ ବୋହିବାହିଁ ସାର ll

 

ଜଣେ ଆରକ ବାହୁଟି

ପଥ ଚାଲୁଥାଏ ଲେଉଟି

ଚକ୍ଷୁ କୁସୁମିତ ଅଶ୍ରୁ ଝରିପଡେ

ନପାରେ କେବେ ସାଉଁଟି ll

 

ମଧୁର ଚଞ୍ଚୁରେ ଯୋଡ଼ିତ

ଚିବୁକ୍କକୁ କରି କୁଞ୍ଚିତ

ମଧୁର ମଧୁର ବାଣୀ କହୁଥିଲା

ହୋଇଯିବ ଏବେ ସ୍ତବିତ ll

 

ସହକାର ବନ ଗୁମ୍ଫିତ

ମୋ ଶାଖାରେ କିଏ

ଦୋଳାଇତ ହେବ

ମୋ ବକୁଳ ରେ ହୋଇ ଆନନ୍ଦିତ ll

 

ପ୍ରକୃତିର ଏକି ବିଧାନ

ଚୋକର ଚୋକରୀ

ବସି ଭାବୁଛନ୍ତି

ବାହୁଡ଼ିବ କରି ନିଧନ ll

 

କାହା ମୁଖେନାହିଁ ହରଷ

ଚାତକ ଟିକିଏ

ବିନ୍ଦୁଝର ପାଇଁ

ହେବପୁଣି ଅୟରସ ll

 

ପ୍ରକୃତିର ଏକି ବିଧାନ

ରଙ୍ଗ ବିରଙ୍ଗ କୁ

ନେଇଚଳିଯିବ

ଧାରାକୁ କରିନିଧନ ll

 

ଅଶୋକ କୁମାର ମହାନ୍ତ

କେନ୍ଦୁଝର

ହ୍ୱାଟ୍ସଆପ୍ ନମ୍ବର :

9556185193

Copyright © Sahitya Jibana | Newsphere by AF themes.
Open chat
Hello
How can you help we?