Sahitya Jibana

Portal on odia literature

ଜୀବନର ପଥେ ପଥେ – ବିଜୟଲକ୍ଷ୍ମୀ ଭୋଇ

1 min read

ଜୀବନର ପଥେ ପଥେ ଚାଲିଥିଲି

ଏକ ଛୋଟ ଆଶା ନେଇ ।

ହଠାତ୍ ଏକ ଶବ୍ଦ ଶୁଣି

ପଛକୁ ଫେରି ଚାହିଁତ

ଏକ ସୁନ୍ଦର ତରୁଣୀ ଟିଏ ।

ମୋତେ ହାତ ହଲାଇ ଡାକୁଛି ।

ସତେ ଯେମିତି ସେ ମତେ ଜାଣିଛି।

ଏକ ଦୀର୍ଘ ନିଶ୍ବାସ ପକାଇ

ତାକୁ ମୁଁ ଚାହିଁ ରହିଥାଏ ।

ମନ ଭିତରେ ଅନେକ ପ୍ରଶ୍ନ

ଉଙ୍କି ମାରୁଥାଏ ।

କିଏ ଏ ଅଜଣା ତରୁଣୀ ?

କାହିଁକି ମୋତେ ଡାକୁଛି ?

କ’ଣ ସେ ମୋତେ ଜାଣିଛି?

ଏହି ସବୁ ପ୍ରଶ୍ନକୁ ମୁଁ

ଜନ୍ମ ଦେବାକୁ ଲାଗିଲି

ମୋ ମନ ଭିତରେ ।

ପ୍ରଶ୍ନର ସଂଖ୍ୟା ବଢ଼ି ବଢ଼ି ଚାଲିଲା

ଚେଷ୍ଟା କଲି ଉତ୍ତର ଆଶାରେ

ତରୁଣୀ ନିକଟକୁ ଯିବା ପାଇଁ ।

ମୁଁ ଗୋଟିଏ ପାଦ ଆଗକୁ ନେଲି

କିନ୍ତୁ ସେ ଗୋଟିଏ ପାଦ ପଛକୁ ନେଲା

ଆଉ ହଠାତ୍ ଉଭେଇ ଗଲା ।

ଚିନ୍ତାଶୀଳ ମନ ମୋର

ଅନେକ କଥା ବାଢି ବସିଲା ।

ହଠାତ୍ ଆକାଶର ରଙ୍ଗ

ପରିବର୍ତ୍ତନ ହୋଇଗଲା ।

ମୋ ଚତୁପାର୍ଶ୍ୱରେ ଥିବା ବଣ ଜଙ୍ଗଲ

ଏକ ସୁନ୍ଦର ଫୁଲ

ବଗିଚା ପାଲଟି ଗଲା ।

ପୂର୍ଣ୍ଣବାର ଦେଖିଲି ସେ ତରୁଣଟିକୁ

ଫୁଲ ସଗେଂ ଗେଲେଇ ଲୁଟେଇ ହେଉଥିଲା।

ମତେ ଦେଖି, ମୁରୁକି ହସି

ମୋ ପାଖକୁ ଆସିଲା ।

ମୋ ହାତ ଧରି ମୋତେ ଏକ

ପରୀ ରାଇଜକୁ ନେଇ ଗଲା ।

ମୁଁ ଚାହିଁ ଥାଏ ତା’ର ସେ ରୂପକୁ

ଯେଉଁ ରୂପ ମୋ ଆଖି କେବେ ଦେଖି ନଥିଲା ।

ମୋ ଜୀବନର ପଥ ମତେ ଏକ

ନୂଆ ଦୁନିଆରେ ପହଞ୍ଚିବାରେ

ସଫଳ କରିଦେଲା ।

ବିଜୟଲକ୍ଷ୍ମୀ ଭୋଇ

 ନାହଳପୁର, କଟକ

 

Copyright © Sahitya Jibana | Newsphere by AF themes.
Open chat
Hello
How can you help we?