ପ୍ରକୃତିର ସ୍ବର ଓ ରୂପ – ସୁକାନ୍ତ ଖଣ୍ଡା
1 min read
ରାତି ନ ପାହୁଣୁ କୁକୁଡା଼ ଡାକିଲା କଅଁଳ କିରଣ ବୁଣେ
ସୂରୁଯ ମୁରୁଜ ଅପରୂପା ହୋଇ ରଙ୍ଗଉଛି ପ୍ରତିକ୍ଷଣେ।୧
ଯେତେ ଦେଖୁଥିଲେ ପ୍ରକୃତିର ରୂପ ମନ ଯମା ବୁଝୁନାହିଁ
ବଦଳେଇ ରଙ୍ଗ ଦୂର ଦିଗବଳୟ ନିତି ସଦା ହସୁଥାଇ।୨
ଭଲ କି ଶୁଣ ତ ପ୍ରକୃତିର ସ୍ବର କେବେ ବନ୍ଦ ହେଉଛି କି
କେଉଁଠି ନା କେଉଁ କୋଣେ ଅନୁକୋଣୁ କାନେ ଆସି ବାଜୁନି କି?୩
ମଧୁମୟ ସ୍ବର ଆଉ ବି ତା’ ରୂପ ବିଶ୍ବ ନିୟନ୍ତାଙ୍କ ଅଟେ
ଝଙ୍କୃତ ହେଉଛି ପ୍ରତିକ୍ଷଣ ଆହା ଦିବାନିଶି ପ୍ରେମେ ଫୁଟେ।୪
ଦେଖିବା ଶୁଣିବା ଏ ଅଧମ ପାଇଁ ତୃଷ୍ଣା କି ମରୁଛି କୁହ
ବିଭୋର ନିଇତି ସକାଳରୁ ସଞ୍ଜ ସଞ୍ଜ ସକାଳକୁ ମୋହ।୫
ସୁକାନ୍ତ ଖଣ୍ଡା
କେନ୍ଦୁଝର