ଦ୍ରୋଣ ବାଣୀ – ପ୍ରିୟଙ୍କା ପଣ୍ଡା
1 min read
ଶୁକ ପକ୍ଷୀ ଠାରୁ ପକ୍ଷୀ ନାହିଁ
ନୀଳ ଗିରି ଠାରୁ ଗିରି ନାହିଁ
ଗଙ୍ଗା ଜଳ ଠାରୁ ଜଳ ନାହିଁ
ସବୁ ଭୂଇଁ ରେ ଥାଇ ମଣିଷ ପବିତ୍ରତା କାହିଁ ||🌼
ବର ବୃକ୍ଷ ଠାରୁ ବୃକ୍ଷ ନାହିଁ
ଆମ୍ବ ଫଳ ଠାରୁ ଫଳ ନାହିଁ
ପଦ୍ମ ଫୁଲ ଠାରୁ ଫୁଲ ନାହିଁ
ତଥାବି ସତ୍ୟତା ଦିଶୁ ନାହିଁ ||🌼
ମେଘ ଜଳ ପରି ମଧୁର ଜଳ ନାହିଁ
ସୁଯ୍ୟ ଚନ୍ଦ୍ର ପରି କାହାରି ରଶ୍ମି ନାହିଁ
ଆକାଶ ଠାରୁ ଶୂନ୍ୟତା କାହାରି ନାହିଁ
ତଥାବି ଧର୍ମ ର ପଥ ଆସୁ ନାହିଁ ||🌼
ଚାରି ଧାମ ଠାରୁ ପୁରୀ ଧାମ ନାହିଁ
ସ୍ୱୟଂ ମହାପ୍ରଭୁ ବିଜେ ଧରା ଭୂଇଁ
ଏଠି ମାଟି ପବିତ୍ର, ସତ୍ୟତା, ଧର୍ମ, ସବୁ ଥାଇ
କେତେ କେତେ ଅସୁବିଧା ଆସି ଯାଏ ଦୁରେଇ ||🌼
ପ୍ରିୟଙ୍କା ପଣ୍ଡା
ମଞ୍ଚେଶ୍ୱର ଧବଳେଶ୍ୱର , କଟକ