Sahitya Jibana

Portal on odia literature

ମସିହା ର ଆତ୍ମ କଥା – ପ୍ରିୟଙ୍କା ପଣ୍ଡା

1 min read

ଏହି କଥା କୋଉ କଳ୍ପନିକ କି ଗପ ଉପରେ ଆଧାରିତ ନୁହେଁ |ଏହା ଏକ ସତ୍ୟ ଉପରେ ଆଧାରିତ |ଯାହାର ଶୀର୍ଷକ ହଉଚି “ମସିହା ର ଆତ୍ମ କଥା “| ଯାହାକି ଆଜି ସେ ନିଜେ ହିଁ ସାଜି ଥିଲା କଳଙ୍କିତ |ସବୁ ବର୍ଷ ପରି ମୋର କିଛି ଇଛା ଅଭିଳାଷ ଥିଲା |ଲୋକ ମାନଙ୍କ ମନରେ ଆଉ ତାଙ୍କ ହୃଦୟ ରେ ନିଜ ପାଇଁ ଜାଗା କରି ଦେଇ ଯିବ |ହେଲେ ମୋର ସେଆଶା ଅଙ୍କାକ୍ଷା ସବୁ ସ୍ବପ୍ନ ହିଁ ରହିଗଲା |ନୂତନ ବର୍ଷ ହୋଇ ଆସିଲି ସତ ନୂତନତା ଭରିବା ପାଇଁ ହେଲେ 😭😭😭😭|

 

ଆଜି ମୁଁ ଆଉ ଯେତେ ସବୁ ମୋ ସିନିୟର ସାଥି ଭାଇ ଭଉଣୀ ମାନେ ବସି କିଏ କୋଉ ସୃତି ଛାଡି ଯାଇଛି ଆଉ କଣ ସାଥିରେ ନେଇ ଯାଇଛି ନିଜ ନିଜର ପାରିବା ପଣିଆ କୁ ଗୋଟିଏ ପରେ ଗୋଟିଏ ସବୁ ମତାମତ ରଖୁ ଥିଲେ |ଆଉ ଶେଷ ରେ ମୋର ପାଳି ପଡିଲା |ହେଲେ ମୁଁ କହିବି କଣ ମୋର ଖାଲି ଦୁଃଖ ଦୁଃଖ ଦୁଃଖ ଯାହାକି ଦୁଃଖ ହ୍ରଦ ରେ ମୁଁ ଗୋଟିଏ ବିରାଟ ସାଗର ପାଲଟି ଯାଇଛି |ମୋର କୂଳ ଅଛି ନା ମୋର ଆକୁଳ ତା ର ସୀମା ସରୁଛି |ଆରମ୍ଭ ରୁ ଶେଷ ଯାଏ ଖାଲି ମୃତ୍ୟୁ ହିଁ ମୃତ୍ୟୁ ର ସଂଖ୍ୟା ବଢିଚାଲିଛି |ମୁଁ ବଡ଼ ଚିନ୍ତା ରେ ପଡିଲି ଆଉ କହିଲି କଣ କହିବି ମୋ କପାଳେ ବିହି ଯାହା ଲେଖି ଦେଲା ଗାର | ମୁଁ ଦୀର୍ଘ ନିଶ୍ୱାସ ପାରିଲି ଆଉ କହିଲି ମୋର ଲୁହ ରେ ଭରା ଅଙ୍ଗେ ନିଭା କଥା କୁ |

 

ଯେବେ ମୁଁ ଆସିଲି ନୂତନ ନୂତନ କରି ସବୁ ବହୁତ ଖୁସିରେ ଆଦରି ନେଲେ |କାରଣ ଏ ମନୁଷ୍ୟ ମତେ ଶିଖାଇ ଦେଲା ଯେ ସବୁ ସ୍ୱାର୍ଥ ଉପରେ ହିଁ ଘର |କାରଣ ଅଢେଇ ମାସ ମତେ ବହୁତ ଭଲ ପାଇଲେ |ଆଉ ସୁଖ ଦୁଃଖ ରେ ବି ମୁଁ ଭଗି ହେଲି |ହେଲେ ମୋର ଏଇ ଖୁସି ଧୀରେ ଧୀରେ ଦୁଃଖ ରେ ପାଲଟି ଗଲା ଲୁହ ର ବିଶାଳ କାୟ ସମୁଦ୍ର ରେ |ଆଉ ଯେମିତି ମତେ ଗୋଟିଏ ଆବନ୍ଧ ଗୁମ୍ଫା ରେ ବନ୍ଦିତା ରୂପରେ ରଖି ଦେଲେ |ନାଆ ମୁଁ ଆଉ କାହାକୁ ଦେଖି ପାରିଲି କି ଖୁସି କି ସାଉଁଟି ପାରିତିକି କହିବା ଭିତରେ କହିବାକୁ ଲାଗିଲା ସେ ମସିହା ର ନଅଙ୍କ ଦୁଭିକ୍ଷ ରେ ଘଟି ଥିବା କଥା |ଆଖିରେ ଆଖିଏ ଲୁହ ଆଉ ଛାତିରେ ଛାତିଏ କ୍ରୋହ କୁ ଚାପି କହିବାକୁ ଲାଗିଥିଲା ସେ ଦୁଭିକ୍ଷ ର ଦୃଶ୍ୟ ଯାହା ଥିଲା |ତାର କଥା ଶୁଣି ସବୁ କହିବାକୁ ଲାଗିଲେ ଆମର ବି କିଛି କିଛି ଦୁଃଖ ର ଦିନ କଟି ଯାଇଛି ସତ ହେଲେ ଏତେ ଦାରୁଣ ନୁହଁ |ହଉ ତୋର ତ ଜୀବନୀ ର କଥା କୁ କହୁଥିଲୁ ପରା କହ ତୁ କହ |ମୋର ଆଉ କହିବାର ନାହିରେ |କହିବାକୁ ଲାଗିଲା ସେହି କୋଡ଼ିଏ ମସିହା ଯାହା ଯାହା ହେଲା |

 

ସେଦିନ ଥିଲା ମାର୍ଚ୍ଚ ମାସ ବାଇଶି ତାରିଖ ଆଉ ସାରା ସଂସାର ପଡିଗଲା ସ୍ତବ୍ଧ ଶୁଣି ଏକ ସମ୍ବାଦ |ଯାହାକୁ ନିର୍ଦେଶ ଦେଇଥିଲେ ଭାରତ ସରକାର ||ସେ ନିର୍ଦେଶ ରେ କେତେ ଭଲ ଆଉ କେତେ ମନ୍ଦ କେତେ କ୍ଷତି କେତେ ଲାଭ ଯଦି ହିସାବ ରେ ଅଙ୍କ ଭାବେ କଷା ଯାଏ ତେବେ ଗଣିତଜ୍ଞ ମଧ୍ୟମ ରେ ଶହେ ଶତକଡା ରୁ ହିସାବ ହିଁ କରିପାରିବେ |ହେଲେ ଇତିହାସ ଭୂଗୋଳ ପରି ଯଦି ଲେଖା ରହିଗଲା ପର ପିଢ଼ି ଯାଏ ଏହି ମସିହାର କରୁଣ ଦୁଃଖ ର ଆକାର ଆକୃତି ଙ୍କୁ ବର୍ଣ୍ଣନା କରିହେବ |ଆଉ ଏହି ଲେଖା ମହା ଯୁଧ୍ୟ ପରି କିଛି କମ ନୁହେଁ |

 

ମାର୍ଚ୍ଚ ମାସ ବାଇଶି ତାରିଖ ସଭିଙ୍କ ମନରେ ଏପରି ଏକ ମାୟାର ଜାଲ ବୁଣି ଲା ଯେ କେହିବି କୁଆଡେ ବାହାର କୁ ଯାଇପାରିଲେ ନାହିଁ |ଏହି ମାସ ରେ ସବୁ ମସିହା ମାନଙ୍କ ପରି ମୁଁ ବି ବହୁତ ଆଗ୍ରହ ଆଉ ଉତ୍କଣ୍ଠା ର ବେଗ ରେ ଚାହିଁ ରହିଥିଲି |ଏହି ମାସରେ ପଡେ ଫଗୁ ର ରଙ୍ଗ ର ମାସ |ଏହି ମାର୍ଚ୍ଚ ଅଟେ ଫଗୁଣ ର ଶେଷ ଚିଠି ପରି |ଯିଏ ଯେଉଁଠି ଥାଉ ନା କାହିଁକି ଏହି ମାସ ଙ୍କୁ ଅନେଇ ଥାଏ ଫଗୁଣ ମାସରେ ପଡିଥାଏ ହୋଲି, ଦୋଳ ପର୍ବ ସଭିଙ୍କ ମନ ରେ ଗାଁ ଙ୍କୁ ଫେରିବାର ଆସି ଗାଁ ର ମାଟିରେ ପିଲାଦିନ ର ସୃତି କୁ ଖୋଜିବାର ସାଙ୍ଗ ସାଥି ମେଳରେ ଯେଉଁ ମଜା ମଜିଲିସ ଦେଖିବାଙ୍କୁ ଯେ ଦୃଶ୍ୟ ହୀନ ହେଲା |ଗୋଟିଏ ଗାଁ ର କାହାଣୀ ନୁହେଁ ଏ ସାରା ସଂସାର ପଡିଗଲା ନିସ୍ତବ୍ଧ ରେ ଭରା |ଯେମିତି କି ଏପରି ପରିସ୍ଥିତି ର ସାମନା କରିବ ବୋଲି କେବେ ବି କାହାରି ଧାରଣା ନଥିଲା |କାରଣ ସେହିଦିନ ସରକାର ସାରା ଦେଶ, ସାରା ରାଜ୍ୟ, ସାରା ଓଡିଶା ପାଇଁ ବନ୍ଦ ଡାକରା ଦେଲେ |ଯାହାଙ୍କୁ ଇଂରାଜୀ ଭାଷା ରେ (ଲଙ୍କ ଡାଉନ )ବୋଲି କୁହାଗଲା |

 

 

 

ହେଲେ ଏହି ବନ୍ଦ ପଛରେ କାହାରି କିଛି ସ୍ୱାର୍ଥ ହିଁ ନଥିଲା |ବନ୍ଦ ବାନ୍ଦ ହୁଏ ଗୋଟିଏ ଦିନ ପାଇଁ ନିଜର ଦାବି ଙ୍କୁ ପୁରଣ କରିବା |ପାଇଁ ସର୍ବ ଭାରତ ଙ୍କୁ ବନ୍ଦ ଡାକରା ଦିଆଯାଏ |ହେଲେ ଏହାଥିଲା ଅଲଗା କଥା |ଏଥିରେ କାହାରି ଦାବି ନଥିଲା |ଏହାଥିଲା ନିଜକୁ ନିଜେ ସୁରକ୍ଷା ଦାବି ନେଇ ବନ୍ଦ ଡାକରା |ଚୀନ ଖାଇଲା ଫଳ ଓଡିଶା ଙ୍କୁ ହେଲା କାଳ |ଚୀନ ର ଦେଶ ଗୋଟିଏ ଖୁବ ଶକ୍ତିଶାଳୀ ଯାହାର ଗୋଡି ମାଟି ବି କହେ କଥା |ସେହି ଦେଶ ଏପରି ରଚନା ରଚିଲା ଯାହା ପାଇଁ ଆଜି ଭୋଗୁ ଅଛି ଓଡିଶା |ସେହି ଦେଶ ପାଇଁ ଓଡିଶା ରଙ୍ଗ ଥିଲା ସାତ ରଙ୍ଗରେ ଭରା |ହେଲେ ଆଜି ତାର ରଙ୍ଗ କେବଳ କଳା ଧଳା |ଟାଣି ନେଲା ସେ ସେହି ଭାଇ ମସିହା ଦୁଭିକ୍ଷ କାଳର ସମୟ ଙ୍କୁ |ଯାହାକି ଦୁଭିକ୍ଷ ପଡିଥିଲା ଯେତେବେଳେ ଓଡିଶା ରେ ସାରା ସଂସାର ଅନ୍ନ ହାର ରେ |କେତେ ଜୀବନ ହାରି ଦେଲେ |କେତେ ପରିବାର ସବୁ ଛାରଖାର ହୋଇଗଲା |ମାନବ ସାଜି ଥିଲା ମାନବ ପାଇଁ ରକ୍ଷାସ ର ପରି |ନିଜର ରକ୍ତ କୁ ପିଇଲା ପରି |

 

ଆଜି ଓଡ଼ିଶାର ପରିସ୍ଥିତି ସେହିପରି ଲାଗୁଅଛି |କାହାରି ମନରେ ଆଗଭଳି ଖୁସି ଆଉ ସେ ଭାବ ପ୍ରବଣତା ଦେଖିବାକୁ ନାହିଁ |ଯାହାକୁ ପଚାର ସେ କହୁଅଛି (korona )କଣ କଲାଣି |ସାରା ପୃଥିବୀ କୁ ଗ୍ରାସ କଲାଣି |ଯିଏ ଯେତେ ସଚେତନ ରହୁ, ଯେତେ ନିଜକୁ ସୁରକ୍ଷା କବଚ ରେ ରଖୁ ହେଲେ କେହିବି ତା କବଳରୁ ବତିବ ବୋଲି ଆଉ ଲାଗୁନି |ଏପରି ରୋଗରେ ଶିକାର ହେବେ, ଆଉ ତାକୁ ସାମନା କରିବା ପାଇଁ ଆମ ମାଟିର ଯୋଦ୍ଧା ବି କିଛି କମ ପରିଶ୍ରମ କରୁନାହାନ୍ତି |

 

1866ଆସି କେତେବେଳେ ସେ କଥା ଶୁଣି ଶୁଣି ପଦେ କହି ଦେଲା |ଯୋଉଟା କି ସଭିଙ୍କ ମନରେ ବହୁତ ଦୁଃଖ ର ବାଦଲ ଖୋଳି ବାକୁ ଲାଗିଲା |ସବୁ କହିବାକୁ ଲାଗିଲେ କି ଆରେ ଆଉ କାହିଁକି ସେ ପଛକଥା ମନେ ପକାନି|ହେଲେ ଏମିତି କଣ ହେଇଥିଲା କି? କାନ୍ଦି କାନ୍ଦି କହିଲା ସେଦିନର କଥା ଶୁଣିଲେ ତୁମକୁ ମିଛ ଆଉ ମତେ ସତ ଲାଗିବ |ତଥାବି ମୁଁ କହିବି ଶୁଣ ମୋର ଆଗାମୀ ଭାଇ ବନ୍ଧୁ ମାନେ ଅକ୍ଷୟ ତୃତୀୟା ହୋଇ ଥାଏ ଆଉ ସେଦିନ ଚାଷୀ ତାର ବିଲ ରେ ମାଟି ମାଆ କୁ ପୂଜା କରି ମୁଠାଏ ବୁଣି ଦେଇ ସାରା ବର୍ଷ ର ଦାନା ଙ୍କୁ ସାଉଁଟି ଥାଏ |ମୁଁ ଏତେ ଅଭାଗା ଟା ଯେ ମାଟି ମାଆ ର ଲୁହ ରେ ହିଁ ମୁଁ ମୋର ବର୍ଷ ବାର ମାସ ଙ୍କୁ ହିଁ ସାଥିରେ ଧରି ଆସିଗଲି |

 

ଏତିକି ବେଳେ 2020ଆଉ କହିଲା ମୁଁ କୋଉ ଖାଲି ଖୁସି ଧରି ଆଉ ଆସିଲି କି |ସେହିପରି ମୋ ଆଞ୍ଜୁଳି ରେ ଆଞ୍ଜୁଳାଏ ଲୁହ କୁ ମୋ ସାଥିରେ ସାଉଁଟି ଆଣିଲି |ଆଜି ଯାଏ ବି କେହି ଭଲ ସେ ଶୋଇ ଖାଇ ପାରୁନାହାନ୍ତି |ହଁ ଭାଇ ମୁଁ କୋଉଠି ଥିଲି, ଆଉ ମୋର କଥା

ଆଉ ଗୋଟିଏ ମସିହା କହିବାକୁ ଲାଗିଲା |କିରେ ତୁ ପା ଲଙ୍କ ଡାଉନ ରେ ଥିଲୁ |ହଁ ହଁ ଏଥିରେ କେତେ ଲୋକ ଙ୍କର କେତେ ଅଭାବ ;ଆଉ ମୃତ୍ୟୁ ହେଲା ତାର ହିସାବ ମୁଁ ତ ରଖିନି |ଲୋକ ମାନେ କେହି କୁଆଡେ ଯାଇ ପାରିଲେ ନାହିଁ |ଆଉ ଜାଣିଛ ସବୁ ଆରେ ଭାଇ ତୁମେ ତୁମ ଦୁଃଖ ସମୟ ରେ କେଉଁଠି କି ଯାଅ |ଜଣେ କହିବାକୁ ଲାଗିଲା କି ମନ୍ଦିର ନହେଲେ ଠାକୁର କୁ ହିଁ ଜଣାଇ ଥାଉ |ହେଲେ ଏଠି ତ ଅଲଗା କଥା ଶୁଣ କେହି ବି ମନ୍ଦିର ଯାଇ ପାରିଲେ ନାହିଁ |ଆଉ ଦୁଃଖ ଜଣାଇବେ କୋଉଠି?

ଆରେ ଏମିତି କଥା କିଛି ନୂଆ ପରି ଲାଗୁଛି ତ |ହଁ ଭାଇ ନୂଆ କରି ପୁରା ନୂଆ |

 

ଆରେ ହଁ ମନ୍ଦିର, ଏମିତିକି ଠାକୁର ଙ୍କ ଦ୍ୱାର ବି ବନ୍ଦ ହେଇଗଲା |ନିଜେ ଈଶ୍ୱର ବି କେତେ ଦିନ ଭୋକ ରେ ନିଜର ଜୀବନ କାଟି ଥିବେ କିଏ ଜାଣେ |ଆଉ ଜଣେ କହିବାକୁ ଲାଗିଲା କି ହଁ ହଁ କୋଉ ମହାଦେବ ଙ୍କ ଉପରେ ଫୁଲ ଚନ୍ଦନ ଆଉ କୋଉ ମହାଦେବ ଙ୍କ ଉପରେ ପତର ସାନ |ଯେଝା କର୍ମ ଯେଝା ର |କୋଡିଏ ର ମୁହଁ ସୁଖୀ ଗଲା ଆଉ କହିଲା ହଁ ଏତେ ବଡ଼ ବଡ଼ କଥା କେବେବି ତୁମ୍ଭେ ମାନେ ଶୁଣି ନଥିବ |ହେଲେ ମୁଁ ଅଙ୍ଗେ ହିଁ ଲିଭାଇଲି |ସଭିଙ୍କ କର୍ମ ରେ ସୁଖ ଦୁଃଖ ମିଶିକି ଆସେ |ହେଲେ ମୋ ଭାଗ୍ୟ ରେ ଦୁଃଖ ର ସାଗର ହ୍ରଦ ବଢିଲା ହେଲେ ଛିଡି ଲା ନାହିଁ |

 

 

ଲୋକ ମାନେ ଯୋଉ ତ୍ରାହି ତ୍ରାହି ଉଦାରତା ଆଉ କାହାର ମାଆ ଆଗରେ ତା ପୁଅର ଶବ ବାପା କୁ ପୁଅ ମୁହଁ ରେ ନିଆଁ ଦେବ କଣ ନିଜେ ମରଣ ସହ ଲଢ଼ିବା ର ସେ କଳାଳି ଦୃଶ୍ୟ |ଯେପରି ଲାଗୁଛି ଏହିଠି ମୋ ଆଖି ଆଗରେ ଏବେ ବି ହଉଛି |ସରିଲାଣି ଦିନ ମୋର ମାସ ବର୍ଷ ର ହେଲେ ସେ ଅଭୁଲା ସୃତି ଙ୍କୁ ନେଇ ଆସିଛି ପରା |ଭୁଲିବା ଏତେ ନୁହେଁ ସହଜ |ଉଣେଇଶ କହିଲା କି ଆରେ ତୁ ତ ଏତେ ଦୁଃଖ ର ସାଗର ସତରେ ଏକା ଏକା ପହଁରି ବହୁତ କଷ୍ଟ ରେ ସାରିଥିବୁ ସେ ସବୁ ବର୍ଷ |

 

କୋଡିଏ କହିଲା ଖାଲି ସେତିକି ନୁହେଁ ଲୋ ଭଉଣୀ ମୋର ଏତିକି ରେ ଦୁଃଖ ସରିନି |ଆଉ ତ ପାହାଡ଼ ଅଛି ଯୋଉଠି ଖାଲି ମାଳ ମାଳ ମଣିଷକୁ ଦେଖି ଶୁଣି ବୁଝି ଯୋଉଟା ତା ଶେଷ କର୍ମ ଯାହାକି ପୁଅ କି ଝିଅ ମରଣ ବେଳେ ମୁହଁ ରେ ଗଙ୍ଗା ପାଣି ଦିଅନ୍ତି |ହେଲେ ପାଣି ତ ଦୂର ର କଥା କେହି କାହାକୁ ଛୁଇଁଲେ ଏହି ଅଦୃଶ୍ୟ ରୋଗ ରେ ଆକ୍ରାନ୍ତ ହେବେ ବୋଲି ଜାଣି ବାପ, ମାଆ, ପୁଅ, ଝିଅ, ଭାଇ, ଭଉଣୀ, ନିଜର ରକ୍ତ ର ଗଢ଼ା ଥିବା ଗୋଟିଏ ଗୋଟିଏ ଅଙ୍ଗ ଙ୍କୁ ଏପରି ଭାବେ ଦୂର ଦୂର ଙ୍କୁ ପେଲି ଦେଲେ ଜେଏ ସତେ ଯେ ପରି ସେ ସାତ ଶତ୍ରୁତା ର ବନ୍ଧା ହୋଇ ତାଙ୍କୁ ମାରିବା ପାଇଁ ଅନ୍ୟ ଜଣେ ଅନ୍ୟ କୁ ପ୍ରସ୍ତୁତ ଅଛି |

 

ମୁଁ ଖାଲି ଦେଖି ଶୁଣି ଆଉ ଅନୁଭବ କରି ମଧ୍ୟ ମୌନ ରହିବାକୁ ବାଧ୍ୟ |ସେ ସମୟ ହିଁ ସେଇୟା ଯାହା ଲେଖିଛି ଵିଧି କପାଳେ, କି ତାକୁ ଦୂର କରି ପରେ |ହଉ ଆଉ କଣ କଣ ହୋଇଛି କହ ରାତି ପାହିବାକୁ ଆସୁଛି |ଆମର ରାତି କଣ ଦିନ କଣ ଆମେ ପା ଏବେ ଅଲୋଡ଼ା |ସରିଯାଇଛି ଆମ କର୍ମ |ଆଉ ନାହିଁ ଆମ ସେ ଶକ୍ତିଶାଳୀ ଦେହରେ ଜୀବନ ଗୋଟିଏ ବର୍ଷ ପାଇଁ ଆସି କର୍ମ ରେ ଲୋକ ଙ୍କୁ ବଢ଼େଇ ନେଇ କିଛି ଦେଇ କିଛି ନେଇ ଆସିଥାଉ ଲେଉଟି |ହଉ ବାକି କଥା ରଖ କାଲି କି |ଆଛା ହଉ |

 

ଗୋଟିଏ ଗୋଟିଏ ବିତିଯାଇଥିବା ସମୟ ଅତିକ୍ରାନ୍ତ କରିଥାଏ ସତ, ହେଲେ ଛଡାଇ ନେଇଥାଏ ଲୋକମାନକ ମୁଖରୁ ହସ |ଯେମିତି 1866 ମସିହା, ର ସେ ଦୁର୍ବିକ୍ଷ,1882 ମସିହା ର ସେ ବଢ଼ି, ଆଉ 1888ମସିହା ରେ ହୋଇଥିବା ସେ ଉଡ଼ାଜାହାଜ ର ଦୁର୍ଘଟଣା ଗୁଡିକ ଆଜି ଯାଏ ଆମ ମାନଙ୍କ ମନ ରୁ ପୋଛି ହେଇନି |ଏହି ସବୁ ଦୁର୍ବିପାକରେ ଆହତ ହୋଇଥିବା ସେହି ସମୟ ର ଦୁଃଖ ମନେ ପଡିଲେ ଲାଗେ ପୁନଃ ଫେରିଛି ଚକ୍ର ର ଆକୃତି |

 

କିଏ ବା ସାହା ହେବ |ଏଠି ନିଜ ଶବ ଙ୍କୁ ନିଜେ ହିଁ ବୋହି ନେବାକୁ ହୁଏ ସ୍ମଶାନ ଭୂଇଁ |ଏହି ସବୁ କଥା ଅଳ୍ପ ଦିନର ଗାଥା |ଯାହାମୁଁ ନିଜେ ଅଙ୍ଗେ ଅଙ୍ଗେ ଅନୁଭବ କରି ସାକ୍ଷୀ ସହ ଉପସ୍ଥିତ କରି ଅଛି |ମୋର ସମୟ ସରିଛି ହେଲେ ପଛରେ ଯାହା ଛାଡି ଆସିଥିଲି ତାହା ବଦଳିନି, ହେଲେ ବଢ଼ି ବାରେ ଲାଗିଛି |ସତରେ କଣ ଏତିକିରେ ଆମ ମସିହା ର ସୀମା ରେଖା ଆଗକୁ ଆଉ କାହିଁ ଦେଖାଯାଉ ନାହିଁ |ଚାରି ଆଡେ ଖାଲି ଅନ୍ଧାର ମୟ ପଥ ଖୋଜୁ ଅଛୁ ସତ ହେଲେ, ମିଳୁନାହିଁ |

 

କିଏ ସେ ଏମିତି ଭାଗ୍ୟ ବାନ ମହିୟସୀ, କି ମହିୟସ ମହାନ ମସିହା ମାନଙ୍କ ମଧ୍ୟରେ ଅଛି ଯେ କେବେ ବି ସୁଖ ଚାଦର ଛଡ଼ା ଦୁଃଖର ଛାଡ଼ ବାଜି ନାହିଁ |କି ସେ କେବେ ଦୁଃଖ ଦିନକୁ ଆଦରି ନାହିଁ |ସଭିଙ୍କ ଜୀବନରେ ଉଚ୍ଚ ନୀଚ, ତଳ ଉପର, ଖାଲ ଢିପ, ଦେଇ ଗତି କରିଥାନ୍ତି |ମିଠା ସହ ଖଟା, ଅନ୍ଧାର ସହ ଆଲୋକ, ଆଉ ଗତି ସହ ସମାପ୍ତି ବି ଥାଏ |ହେଲେ ମୋର ଜୀବନର ଗତି ପଥ ଖାଲି ଆଞ୍ଜୁଳାଏ ଦୁଃଖ, ନୀଚ, ତଳ, ଢିପ, ଆଉ ଅନ୍ଧାର ମୟ ଦେଇ ସମୟ କାଟି ଥିଲି ମୁଁ “|ଆଶା ତ ବୈତରଣୀ ନଦୀ ପରି ସେହି ଆଲୋକ ଉପର, ଖାଲ, ଉଚ୍ଚ, ଙ୍କୁ ଅନାଇ ଅନାଇ କେମିତି ଏ ବର୍ଷ ଶେଷ ହେଲା ଜଣା ହିଁ ନାହିଁ |ସଭିଏଁ ମୋର ଉଚ୍ଚ ସଂମ୍ମାନ ର ଆଦିକାରୀ ତ ପ୍ରଣାମ ଜଣାଇ ଶେଷ କାଲି ମୋର କାହାଣୀ |

🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹

(ସମାପ୍ତ )

ପ୍ରିୟଙ୍କା ପଣ୍ଡା 

ମଞ୍ଚେଶ୍ୱର ଧବଳେଶ୍ୱର , କଟକ

Copyright © Sahitya Jibana | Newsphere by AF themes.
Open chat
Hello
How can you help we?