ମାଟି କଣ୍ଢେଇ – ରମାକାନ୍ତ ଦାସ
1 min read
ମାଟିକଣ୍ଢେଇରେ ଖେଳୁଥିଲା ଯିଏ
ଯିବ ସିଏ ଶାଶୁଘର
କାନ୍ଦିକାନ୍ଦି ସେ ବାପଘରୁ ବିଦା ହେବ
ଯିବ ସିଏ ପରଘର ||
ଯିଏ ଥିଲା ଦିନେ ଘରର ଲକ୍ଷ୍ମୀ
ସେ ହେଲା ଆଉ କାହା ଘରଣୀ
ବାପା କାନ୍ଦୁଥାଏ, ମା କାନ୍ଦୁଥାଏ
ମନେ ପକାଇ ତା କାହାଣୀ ||
ଛାଡ଼ିଦେଇ ଯାଏ ତା ପିଲାଦିନ
ସେ ତାର ବାପାଘରେ
ନୂଆପରିଚୟ ନେଇ ସେ ବଞ୍ଚଇ
ସେ ତାର ଶାଶୁଘରେ ||
ଯେତେ ଦୁଃଖ, କଷ୍ଟ ହଉଥିଲେ ତାକୁ
ସେ କହେ ଅଛି ମୁଁ ଖୁସି
ଶାଶୁ, ନଣନ୍ଦର ଗଞ୍ଜଣା
ସହି ପାରେନା ସେ
କାନ୍ଦୁଥାଏ ନୀତି ବସି ||
ବାପଘରେ ଥିଲା ଖୁସିରେ ସେ ଥିଲା
କରୁଥିଲା କେତେ ମଉଜ
ଶାଶୁଘରେ ରହି ଦୁଃଖକୁ ସହୁଛି
ଦୁଃଖରେ କାଟେ ତା ଦିନ ||
ଗରିବଘରର ଝିଅ ବୋଲି ସେ
ଆଣିନି ଏତେ ଯୌତୁକ
ବଡଘର ବୋହୂ ବୋଲି ପରା ସେ
ପାଉଥାଏ ଏତେ ଦୁଃଖ ||
ଚୁଲି ପାଖେ ବସି ମୁଣ୍ଡେ ହାତଦିଏ
ତରକାରୀ କୁ ଦିଏ ପୋଡି
ଲୋଭି ଶାଶୁ ତାର କିଛି ନ ବୁଝିକି
କରଇ ତା ସାଥେ କଳି ||
ସବୁକଥା ସହି କିଛି କୁହେ ନାହିଁ
ସ୍ୱାମୀ କୁ କୁହେ ତା ଦୁଃଖ
ସ୍ୱାମୀ ତାର କଥା କିଛି ନ ଶୁଣଇ
କହେ ତୁ କହୁଚୁ ମିଛ ||
କେତେଦିନ କେତେବର୍ଷ ବିତିଯାଏ
ଏମିତି ଯନ୍ତ୍ରଣା ସହି
ବାପା ମାଙ୍କୁ ସେ କିଛି ନ କୁହଇ
ସବୁ ଲୁହ ଯାଏ ପିଇ ||
ଏମିତି କଷ୍ଟକୁ ନ ସହି ପାରି ସେ
ବାଧ୍ୟ ହୋଇ ପିଏ ବିଷ
ଶେଷ କଥା ତାର ଲେଖିଦେଇ ଯାଏ
ସବୁ ତା କପାଳ ଦୋଷ ||
ବାପା ମା ଏହି କଥା ଶୁଣିସାରି
ମୁଣ୍ଡରେ ପୁରାନ୍ତି ଛନକା
ବଡଘର ଦେଖି ବାହାଦେଇଥିଲେ
ଶେଷରେ ହେଲା ଏ ଦଶା ||
ମାଟିକଣ୍ଢେଇ ଟି ଭାଙ୍ଗିଗଲା ଆଜି
ଦିନଗଲା ତାର ସରି
ଏମିତି ଦୁଃଖ କାହାକୁ ନ ଦିଅ
ଆହେ ପ୍ରଭୁ ଶ୍ରୀହରି ||
ରମାକାନ୍ତ ଦାସ
ନନ୍ଦିଗ୍ରାମ, ନାଉଗାଁ, ଜଗତସିଂହପୁର
ମୋବଇଲ ନମ୍ବର -9668815369