Sahitya Jibana

Portal on odia literature

ଭକ୍ତର ଭାବନା – ଅନ୍ତର୍ଯ୍ୟାମୀ ସାହୁ

1 min read

ହେ ମୋହନ ଚିତ ମୋର କର ଆକର୍ଷଣ

ତୁମ ସ୍ମୃତି ବିନୁ ମୋର ଅଥୟ ଜୀବନ ।

ନାଥ ଏତିକି ପ୍ରାର୍ଥନା

ତୁମେ ମୋର ମୁଁ ତୁମର କେବେହେଁ ଭୂଲେନା, II

 

ଆହାର ନିମନ୍ତେ ପକ୍ଷୀ ସାବକକୁ ଛାଡି

ବସାରେ ଛାଡିଣ ମାଆ ପକ୍ଷୀ ଯାଏ ଉଡି,

ଚଞ୍ଚୁ ରେ ଆହାର ନେଇ

ପୁଣି ଖୋଜି ନିଜ ସୁତ ଠାରେ ସେ ଫେରଇ, II

 

ପୁତ୍ର କଷ୍ଟ ଦେଖି ମାତା ସହିନ ପାରଇ

ପୁତ୍ର ଦୁଃଖ ଦେଲେ ମାତା ମନେ ନ ଧରଇ. I

ମାତା ଭୂଲେ କି ବାଳକେ :

କୁ ପୁତ୍ର ହେଲେ ବି ସୁତ ଆଣି କୋଳେ ରଖେ।।

 

ମାତା ପୁତ୍ରଭାବ ଦେଖି ରଖ ହେମୋହନ

ତୁମ୍ଭେ ମାତା ଆମ୍ଭେ ପୁତ୍ର ଆହେ ଜନାର୍ଦ୍ଦନ ।

ନାଥ ଏତିକି ପ୍ରାର୍ଥନା

ତୁମ୍ଭେ ମୋର ମୁଁ ତୁମର କେବେହେଁ ଭୁଲେନା।।

 

ତୁମ୍ଭରି ସୃଷ୍ଟିରେ କୃମୀ କୀଟ ଠାରୁ ହୀନ

ନଜାଣଇ ଭଲ-ମନ୍ଦ ମୁଁ ମୁଢ଼ ଅଜ୍ଞାନ-,

ଅଟେ ଅତି ମନ୍ଦ ବୁଦ୍ଧି

ଚିହ୍ନିନ ପାରିଣ ସ୍ଵାମୀ ହରାଇଲି ବୁଦ୍ଧି । ।

 

ବିଷୟ। ରସରେ ପଡି ଭୁଲିଛି ତୁମ୍ଭଙ୍କୁ

କ୍ଷମା ଗୁଣେ କ୍ଷମା ନିଧି କ୍ଷମହେ ଦାସଙ୍କୁ ‘

କ୍ଷମା ସାଗର ମୁରାରୀ ।

କରିବ ଦୋଷୀକୁ କ୍ଷମା ଆହେ ବଂଶୀଧାରୀ । ।

 

ଅନ୍ତର୍ଯ୍ୟାମୀ ସାହୁ

ପଲମ/ନର୍ଲା/କଳାହାଣ୍ଡି

Copyright © Sahitya Jibana | Newsphere by AF themes.
Open chat
Hello
How can you help we?