Sahitya Jibana

Portal on odia literature

ପଣାସଂକ୍ରାନ୍ତି – ଅର୍ଚ୍ଚନା ପ୍ରିୟଦର୍ଶିନୀ

1 min read

ଆଜିପରା ଓଡିଆ ନୂଆବରଷ

ସଭିଏଁ କରିବା ଆଜି ହରଷ

 

ମହାବୀର ଜନ୍ମ ଜୟନ୍ତୀ ଆଜି

ଘରଦ୍ବାର କରିବା ସଜାସଜି

 

ବୃନ୍ଦାବତୀ ମା ଆଜି ସଜ ହୁଅନ୍ତି

ନାଲି ଶଙ୍ଖା ନାଲି ଶାଢୀ ପିନ୍ଧନ୍ତି

 

ବସୁନ୍ଧରା ଘଡି ଉପରେ ଝୁଲେ

ପାଣି ଠୋପେ ଠୋପେ ନିତି ପଡେ

 

ବୃନ୍ଦାବତୀ ମୂଳେ ଠେକି ବାନ୍ଧିବା

ଆମ୍ବ ଡାଳେ ଚଉଁରା ସଜାଇବା

 

ମେରୁ ଓଷା ବୋଲି ଲୋକେ କୁହନ୍ତି

ଝାମୁ ଦେଖିବାକୁ ପୁଣି ଯାଆନ୍ତି

 

ଛତୁଆ ସଂକ୍ରାନ୍ତି ସଭିଏଁ ଜାଣନ୍ତି

ବେଲ ପଣା କରି ଘରେ ପିଅନ୍ତି

 

ମହାବୀର ଆଜି ଜନମି ଥିଲେ

ସବୁ ଅନ୍ୟାୟର ବିନାଶ କଲେ

 

ବେଲ ,କଦଳୀ ,ନଡିଆ ,ଛେନା

ରସଗୋଲା,ସେଓ,ଅଙ୍ଗୁର,କମଳା

 

ତରଭୂଜ, କାକୁଡି,ଶାକର,ପେଡା

କମଳା, ଶାକର ଗୁଜୁରାତି ଯୋଡା

 

ଭାରି ସୁଆଦିଆ ପିଇବା ପାଇଁ

ଗୋଲମରିଚ କୁ ଦେଲେ ମିଶାଇ

 

ଆଜିର ଦିନଟି ହସ ଖୁସିରେ କଟୁ

ସବୁଦିନ ପାଇଁ ସର୍ବେ ସୁଖ ସାଉଁଟୁ ।

 

ଅର୍ଚ୍ଚନା ପ୍ରିୟଦର୍ଶୀନୀ

 କଟକ

Copyright © Sahitya Jibana | Newsphere by AF themes.
Open chat
Hello
How can you help we?