Sahitya Jibana

Portal on odia literature

ୟାସ୍ ଆସି କହୁଛି – ସୁକାନ୍ତ ଖଣ୍ଡା

1 min read

ୟାସ୍ ଆସୁଛି ୟାସ୍ ଆସୁଛି

ଭଜି ହେଉଥିଲୁ କେତେ

ଆସି ଖାଉଛି ସମୁଦ୍ର କୂଳ

ଯେତେ ଜିଲ୍ଲା ରହିଅଛି।୧

ପୂର୍ବ ଉତ୍ତର କୂଳ ଯେତେକ

ସୁମୁଦ୍ରକୁ ଲାଗିଅଛି

ୟାସ୍ ଝାମ୍ପୁଛି ଇଗଲ ପରି

ଖାଇବା ସେ ନ ବାଛୁଛି।୨

ପ୍ରତି ବରଷ ଆସିକି ଖାଏ

ସ୍ବାଦ ଯିଏ ଚାଖିଅଛି

ଏ ବର୍ଷ ମଧ୍ଯ ମନେ ପକେଇ

ଚାଟି ଆଜି ଖାଉଅଛି।୩

ଧନ ଜୀବନ ଅଥୟ ଆଜି

କୂଳକୁ ଲଂଘୁଅଛି

ମହାଦ୍ରୃମ ଓ ଅଟ୍ଟାଳିକା ବି

ଭୂମିରେ ଲୁଟାଅଛି।୪

ୟାସ୍ କହୁଛି ମଣିଷ ଯଦି

ନିଜେ ବୁଝିପାରୁ ନାହିଁ

ଆମେ ଈଶ୍ବର ଆଦେଶ ଖାଲି

ପାଳୁଛୁ ତାଙ୍କୁ ଚାହିଁ।୫

 

ସୁକାନ୍ତ ଖଣ୍ଡା

କେନ୍ଦୁଝର

 

Copyright © Sahitya Jibana | Newsphere by AF themes.
Open chat
Hello
How can you help we?