Sahitya Jibana

Portal on odia literature

ବାତ୍ୟା ୟାସର ମୁକାବିଲା – ସୁଦାମ ଦଳବରା

1 min read

ୟାସ ଆସୁଛି ପ୍ରଳୟ ବେଗରେ

ଧରି ସେ କରାଳ ରୂପ

ମଇ ଛବିଶିରେ ଉପକୂଳ ଛୁଇଁବ

ଦେଖାଇବ ତାର ପ୍ରକୋପ ।।

 

ବରଷା ପବନ ଅଧିକ ହୋଇବ

ସଜାଗ ଯେ ଆମେ ରହିବା

ପ୍ରତ୍ୟେକ ଜୀବନ ମୂଲ୍ୟବାନ ଭାବି

ବାହାରକୁ ଆମେ ନ ଯିବା ।।

 

ପ୍ରଶାସନ ଆମ ସଜାଗ କଲେଣି

ତାଙ୍କରି କଥାକୁ ମାନିବା

ଟିଭି ରେଡ଼ିଓରୁ ସମ୍ବାଦ ଶୁଣିକି

ସଜାଗ ଆମେ ହୋଇବା ।।

 

ଖାଦ୍ୟ ପାନୀୟ ଜଳ ସାଇତି ରଖିଣ

ହୋଇବାରେ ଆମେ ସଜାଗ

ବାତ୍ୟା ୟାସର ମୁକାବିଲା କରି

ହୋଇବାରେ ଆମେ ଶ୍ରେଷ୍ଠ ।।

 

ପୂର୍ବରୁ ଆସିଛି ଅନେକ ଯେ ବାତ୍ୟା

ଆମ ପ୍ରଶାସନ ଦେଇଛି ବାରତା

ଅନେକ ଧନ ଜୀବନ ବଞ୍ଚାଇ ଦେଇଛି

କେତେ ଯଶ କ୍ରିତି ସିଏ ପାଇଅଛି ।।

 

ସଚେତନ ହେବା ଅନ୍ୟକୁ କହିବା

ୟାସ ମୁକାବିଲା ଆମେରେ କରିବା

ଧନ ଜୀବନକୁ ଆମ ବଞ୍ଚାଇ ରଖିବା

ମୃତ୍ୟୁର ବିଜୟୀ ଆମେରେ ହୋଇବା ।।

 

 ଶ୍ରୀ ସୁଦାମ ଦଳବରା

ତୁରୁମୁ, ଭଞ୍ଜନଗର, ଗଞ୍ଜାମ

ଦୂରଭାଷ -୯୪୩୯୩୨୩୯୪୨

Copyright © Sahitya Jibana | Newsphere by AF themes.
Open chat
Hello
How can you help we?