Sahitya Jibana

Portal on odia literature

ଉପଦେଶ ନ ଶୁଣିଲେ – ସୁକାନ୍ତ ଖଣ୍ଡା

1 min read

ଅତି ଭଲ ପାଇ ଯଦି କିଛି ତୁମେ ବାରମ୍ବାର କଥା କୁହ

ଅବାଟରୁ ଅବା ସୁଖୀ ପାଇଁ ତୁମେ କହିଦିଅ ରହରହ।୧

ତୁମର କଥାକୁ ଶୁଣୁନାହିଁ ଅବା ବୁଝିବାକୁ ଚାହୁଁ ନାହିଁ

ଦୂରେ ବହୁଦୂରେ ରହିଲେ ହିଁ ଭଲ ଅନ୍ଯଥା ସେ ଦୁଃଖୀ ହୋଇ।୨

ଗରଜନ କରି ମେଘ ପରି ତା’ର ହୃଦୟରୁ କଥା ଆସେ

କିଏରେ ତୁ ମୋ’ର ଏତେ ଉପଦେଶ ତୋତେ ଜଳଜଳ ଦିଶେ?୩

ମନେ ହେଉଅଛି ମୋ’ର ସମ୍ପଦକୁ ଲୋଭ ବୋଧେ ଆସିଗଲା

ନ ହେଲେ ଏତେ ଯେ ହିତୋପଦେଶରେ ଲାଗି ପଡ଼ ହୋଇ ଖୋଲା।୪

ନିଜର ଗୋଡ଼ରେ ଚାଲିବାକୁ ଶିଖ ମୋ’ର କଥା ଦୂରୁ ଫିଙ୍ଗି

ସଂସ୍କୃତିର ଶିର ଅଜଣା ତୁମକୁ ପିନ୍ଧୁଅଛ ପରା ଲୁଙ୍ଗି।୫

କୁଅ ବେଙ୍ଗ ପରି ପଡି଼ ରହିଅଛ ଦୁନିଆ ଦେଖିନ ଯମା

ମୋତେ ଉପଦେଶ ଦେବାକୁ ତୁମେ ବା କିଆଁ ଲାଗିପଡ଼ ମାମା?୬

ଏ କଥାକୁ ସ୍ମରି ମାମା ଆଜିକାଲି ନୀରବେ ରହିଲେ ବସି

ଭଣଞ୍ଜା ତାହାର ଆକାଶେ ଉଡି଼ଲା ଯେଉଁଠାରେ ହୁଏ ଖୁସି।୭

ଭଲମନ୍ଦ ପରି ଆକାଶ ଦୋଳିରେ ବସିଲା ବେଳେ ଭଣଞ୍ଜା

ପଡି଼ ହାତଗୋଡ଼ ହରାଇ ପଙ୍ଗୁର ଜୀବନ ଖାଇଲା ଖେଞ୍ଜା।୮

ଆଜି ଛଟପଟ ସଭିଙ୍କୁ ଡାକୁଛି ରଖ ମୋତେ ଭାଇ ବନ୍ଧୁ

ମାମା ଆସିକରି ଦେଖିଗଲେ ତାହାର ଅବସ୍ଥା ଯା’କଲା ସିନ୍ଧୁ।୯

ମଉନରେ ଚାଲିଗଲା ବେଳେ ସିଏ ଭଣଞ୍ଜା କାକୁସ୍ତ ହୋଇ

ମାମା ମାମା ବୋଲି ଚିତ୍କାର କରିଲା ଅନୁତାପେ ଗଲା ଘୋରି।୧୦

ମାମା ପାଖେ ଲୁହ ବୁହାଇ ବୁଝିଲା ଭଲ ଯାହା କହୁଥିଲେ

ମୋ’ର ନିଜ ଗୁଣୁ କଷ୍ଟ ପାଉଅଛି ଉପଦେଶ ନ ଶୁଣିଲେ।୧୧

ସୁକାନ୍ତ ଖଣ୍ଡା ,କେନ୍ଦୁଝର

Copyright © Sahitya Jibana | Newsphere by AF themes.
Open chat
Hello
How can you help we?