Sahitya Jibana

Portal on odia literature

କବିତା ଲେଖିଛି – ସୁକାନ୍ତ ଖଣ୍ଡା

1 min read

କବିତା ଲେଖୁଛି ନୂଆନୂଆ ମୁହିଁ

ଦୋଷ ଥିଲେ ଦେବ କ୍ଷମା

ଜାଣେନା ଭାବ କି ଭାଷାର ଶୈଳୀକୁ

ତଥାପି ଏ ଉପସ୍ଥାନା।୧

ସଭିଙ୍କର ଲେଖା ପଢି଼ବାରୁ ମୋ’ର

ମନ ହେଲା ଲେଖିବାକୁ

ଲେଖୁଲେଖୁ ଲେଖି ଦେଇଛି ଆପଣ

ଜିରା/ଶିରା କାଢି଼ବାକୁ।୨

ଯଦି ଦୋଷଧରି ସତ୍ଯତା ଜଣାଅ

କୃତାର୍ଥ ହୋଇବି ମୁହିଁ

ନିଜର ଲେଖାକୁ ଉଚ୍ଚ ତ କହିବି

ନ ପାରି ଦୋଷକୁ ଜାଣି।୩

ଅନୁରୋଧ ମୋ’ର ପାଠକ ପାଠିକା

ଯେତେକ ହିଁ ରହିଅଛ

ଦୋଷଧରି ମୋତେ ସୁପଥେ କଢା଼ଅ

ନ ଧରି ଟେକନା ଉଚ୍ଚ।୪

କୋଟିଏ ପ୍ରଣାମ ତୁମେ ହିଁ ଈଶ୍ବର

ପାଠକ ପାଠିକାଠାରେ

ଆଶା ମୋ’ର ଏହି ଅନୁରୋଧଟିକୁ

ଗ୍ରହଣ କରିବ ବାରେ।୫

 

ସୁକାନ୍ତ ଖଣ୍ଡା , କେନ୍ଦୁଝର

Copyright © Sahitya Jibana | Newsphere by AF themes.
Open chat
Hello
How can you help we?