ମାନବିକତା – ବିକ୍ରମ ବେହେରା
1 min read
ଆଜି ଏ ପ୍ରକୃତି ବି ଅହନ୍ତା ସାଜିଛି
ବଦଳି ଯାଇଛି ସମାଜ ର ମାନଚିତ୍ର
ଦେହଲଗା ଲୋକ ବି ପର କରିଦେଉଛି
ଲୋପ କରିଦେଇ ମାନବିକତା……
ଆଜୀବନ ହାତ ଧରିଥିବା ଲୋକ ମଧ୍ୟ
ଆଖିରେ ଧୂଳି ଦେଇ ଚାଲିଯାଉଛି
ଛଳନା ର ନୂଆ ଇତିହାସ ରଚୁଛି
ଏ ଚିତାକଟା ମାନବ…………………
ଏଇ ଦେଖ…….ଏଇ ଦେଖ……….
କେତେ ଲୋକ ଗୁଡା ଅରଣ୍ୟ ରୋଦନ କରି
ଅଭିନୟ ର ସୀମା ପାର କରି ଗଲେଣି
ଦଳ ଦଳ ମଧ୍ୟରେ ଚାଲିଛି ଛକପଞ୍ଝା
ନିରୀହ ଜନତା ହୁଏ ଦରାମରା
ଆଖିକୁ ପାଇଲା ଭଳି କେଇଟା କାର୍ଯ୍ୟ କରନ୍ତି
କିନ୍ତୁ ସେଇ କାର୍ଯ୍ୟ ର ଆୟୁଷ ମାତ୍ର କେତେ ଦିନ
ଏ ଅଦୃଶ୍ୟ କରୋନା ଭୁତାଣୁ ର ଚକ୍ର ରେ
ଛନ୍ଦି ହେଇଥିବା ମନୁଷ୍ୟ କୁ ଏତେ ହତାଦର କାହିଁକି?????
ଶେଷ ମୃତ୍ୟୁ ସମୟରେ ଆଡ ଆଖିରେ ବି ଚାଁହୁ ନାହାନ୍ତି
ବାଃ ବାଃ ରେ ମନୁଷ୍ୟ ମାନବ ଜନ୍ମ ରେ ଅଧିଷ୍ଠିତ ହେଇ
ଆଉ ଗୋଟେ ମଣିଷ କୁ ଦୁରେଇ ଦେଉ |
କେଉଁଠି ଦେଖାଯାଏ ଅଭାବ ର ବିକଳ ଚିତ୍ର
ତ କେଉଁଠି ଖାଦ୍ୟ ଜଳ ପାଇଁ କରିବାକୁ ପଡେ ସଂଘର୍ଷ
ସତରେ ଏଠି ପରା ଚାଲେ ତେଲିଆ ମୁଣ୍ଡରେ ତେଲ
ଜାଗ ଜାଗ ଆହେ ମନୁଷ୍ୟ ଗଣ
ଭୁଲି ଯାଅନି ମାନବିକତା
ଏ ବିପତି ର ଗଭୀର ସ୍ରୋତ ରେ
ଲୋଡ଼ା ତୁମର ସହାୟତା
ଲୋଡ଼ା ତୁମର ସହାୟତା ||
—————————
ବିକ୍ରମ ବେହେରା
ଲଣ୍ଡାଜୁଆଳି,ଆସ୍କା ଗଞ୍ଜାମ