Sahitya Jibana

Portal on odia literature

ଦୋଳି ଓ ରଜପର୍ବ – ସୁକାନ୍ତ ଖଣ୍ଡା

1 min read

ଦୋଳି ଖେଳିବା ଆସୁଛି ରଜ

ମନକୁ କରି ଫୁର୍ତ୍ତି

ସ୍ନେନେହ ପ୍ରେମ ଶ୍ରଦ୍ଧାର ସହ

ପାଳି ଆନନ୍ଦେ ମାତି।୧

ଆମ ରାଇଜେ ରଜ ପରବ

ନିଆରା ବୋଲି ସିନା

ବିଭିନ୍ନ ଦୋଳି ଖେଳନ୍ତି ସର୍ବେ

ହୃଦୟେ ସଦ୍ଭାବନା।୨

ଦୋଳି ପହଁରି ଗୀତରେ ମାତି

ନୂଆ ଲୁଗାକୁ ପିନ୍ଧି

ଚକୁଳି ଆଉ ଆରିସା ପିଠା

ପେଟକୁ ଦେଉ ଖୁନ୍ଧି।୩

ଓଡି଼ଶା ବୁକେ ଏପରି ପର୍ବ

ବଞ୍ଚାଇ ଇତିହାସ

ସଦା ସର୍ବଦା ଗରବ ମନେ

ଦେଖାଏ ମୁଖେ ହସ।୪

ହେ ରଜପର୍ବ ପ୍ରଣତି ଘେନ

ଆସିକି ପ୍ରତିବର୍ଷ

ହସି ହସାଅ ପ୍ରତି ଜନଙ୍କୁ

ମନ ନ କରି ବିଷ।୫

ସୁକାନ୍ତ ଖଣ୍ଡା , କେନ୍ଦୁଝର

Copyright © Sahitya Jibana | Newsphere by AF themes.
Open chat
Hello
How can you help we?