Sahitya Jibana

Portal on odia literature

ମିଳିମିଶି ଲଗାଇବା ଗଛ – ସମ୍ବିତ ଦାଶ

1 min read

ଆସରେ ପିଲେ ଆସ

ମିଳିମିଶି ଲଗାଇବା ଗଛ,

ପ୍ରକୃତିକୁ କରିଦେବା ସ୍ୱଚ୍ଛ ।

 

ଦେଶରେ ଅମ୍ଳଜାନ

ଅଭାବ ଦେଖାଗଲାଣି

ଗଛ ଲଗାଇବା ଆସ

ଗଛ ରହିଲେ ଜୀବନ ବଞ୍ଚିବ

ବାୟୁମଣ୍ଡଳକୁ ଥଣ୍ଡା ରଖିବ

ଦେବ ବର୍ଷା ପାଣି ଟିକେ ଛିଞ୍ଚି,

ବୃକ୍ଷରୁ ଅନେକ ଅମ୍ଳଜାନ

କରିଦେବା କିଛି ସଞ୍ଚି ।

 

ବଢ଼ୁଅଛି ତାପମାତ୍ରା

ଗ୍ରାସ କରୁଅଛି ମହାମାରୀ,

ବେଳକୁ ବେଳ ବାତ୍ୟା ବନ୍ୟା

ଚତୁଃପାର୍ଶ୍ଵରେ ରହିଅଛି ଘେରି ।

 

ଏବେ ଏ ଦେଶେ

ନିଜ ସ୍ବାର୍ଥ ପାଇଁ ମଣିଷ

କାଟି ଦେଇଛି କେତେ ଗଛ

କଳ କାରଖାନା ବିଷ ଆବର୍ଜନା

ଧୁଆଁ ପରିବେଶ ପ୍ରଦୂଷଣର କାରଣ,

ଏଠି ଅମ୍ଳଜାନ ଅଭାବରେ କେତେ

ମଣିଷଙ୍କ ର ହେଉଛି ମରଣ ।

 

ଚାଲରେ ଭାଇ ଚାଲ

ଲଗାଇବା ମିଶି ଗଛ

ଲଗାଇଲେ ଗଛ ମିଳିବ

ଅମ୍ଳଜାନ ଅଭାବ ଦୂର ହେବ

ସୁନ୍ଦର ଫୁଲ ସହିତ ଫଳ

ଗରମରେ ଥିଲେ ପବନ ଦେବ,

କେତେ ଲୋକଙ୍କର ଜୀବନ ବଞ୍ଚିବ ।

 

ସମ୍ବିତ ଦାଶ

ପଲ୍ଲୀକଣ୍ଟା,ଏରସମା, ଜଗତସିଂହପୁର

ହ୍ୱାଟ୍ସଆପ୍ ନମ୍ବର : 9178804645

1 thought on “ମିଳିମିଶି ଲଗାଇବା ଗଛ – ସମ୍ବିତ ଦାଶ

Leave a Reply