Sahitya Jibana

Portal on odia literature

ଅଳସୁଆ କହେ – ସୁକାନ୍ତ ଖଣ୍ଡା

1 min read

ରୁହରୁହ ଆରେ ବାପା ଉଠାଉଛ କିଆଁ

ଆଉ ଟିକେ ଶୋଇଯାଏ ରାବି ନାହିଁ କୁଆ।

ଏତେଶୀଘ୍ର ଉଠି ମୁହିଁ କରିବି ବା କଣ

ମାଆଙ୍କର ରୋଷେଇରେ କି ହୋଇଛି ତୁଣ?

ଯଦି କହି ପାରିବନି ନ ରୁହ ପାଖରେ

ଆଉଟିକେ ଶୋଇପଡେ଼ ଏହି ବିଛଣାରେ।୩

ଭାରି ଭଲ ଶୋଇବାଟା ସବୁଠୁ ଆନନ୍ଦ

ଏହା ହିଁ ତ ସଂସାରରେ ଖଞ୍ଜିଛି ଗୋବିନ୍ଦ।୪

ବାପା ଶୁଣି ରାଗିକରି ବସାଇ ଚାପୁଡା଼

ତା’ ସଙ୍ଗେ କାନକୁ ଦେଲେ ଭଲକି ରଗଡା଼।୫

ନିଦ ଛାଡି଼ଗଲା ତା’ର ବ୍ରହ୍ମ ଚାପୁଡାରୁ

ସଳଖି ଉଠି ଚାଲିଲା ଏକମୁହାଁ ଘରୁ।୬

ମୁହଁ ଧୋଇ ଭାବୁଥିଲା ବାଜିଗଲା ଯାହା

ଆଉ ଶୋଇ ପାରିବିନି ଧରେ ଜୋର ରାହା।୭

ମାଆଶୁଣି ଉଠିଯାଇ ଦେଖିଲେ ପୁଅଟି

ବିକଳ ହୋଇ କାନ୍ଦୁଛି ବଢା଼ଇ ତା’ ପାଟି।୮

ମାଆ କଅଁଳେଇ କରି କହିଲେ ଧନରେ

ଅଳସୁଆଙ୍କୁ ଏପରି ଚେଙ୍କଦେଲେ ଧିରେ।୯

ସାବାଡ଼ ହୋଇବ ପୁଣି କର୍ମଠ ଜୀବନ

ଏହା ନ ହେଲେ ତୋହର ଉଡୁଥିବ ମନ।୧୦

ଅଳସୁଆ ମନେ ଭାବେ ଜାଣିଲେ ମୋ’ କର୍ମ

ଚେଇଁ ଶୋଇବାରେ ଆଉ ଯିବି ନାହିଁ ଧ୍ଯାନ।୧୧

 

ସୁକାନ୍ତ ଖଣ୍ଡା

ଶିକ୍ଷକ ଟାଙ୍ଗରତଳି ମଣତା ଘଟଗାଁ ,କେନ୍ଦୁଝର

Copyright © Sahitya Jibana | Newsphere by AF themes.
Open chat
Hello
How can you help we?