Sahitya Jibana

Portal on odia literature

ଶ୍ରୀ କୃଷ୍ଣ – ଅର୍ଚ୍ଚନା ପାତ୍ର

1 min read

ହେ ସଖା ତୁମେ ମାଧବ ତୁମେ ଗୋପାଳ

ତୁମେ ଏ ସଂସାର ରକ୍ଷକ ପ୍ରଭୁ ଚକ୍ରଧର

ତୁମେ ସତ୍ୟ ତୁମେ ଶିବ ଅପୂର୍ବ ସୁନ୍ଦର

ତୁମର ମହିମା କାହାକୁ ଅଛି ଅଗୋଚର

 

ତୁମେ ସୃଷ୍ଟି ତୁମେ ସ୍ରଷ୍ଟା ତୁମେ ବ୍ରହ୍ମାଶଙ୍କର

ତୁମେ ଗୋବିନ୍ଦ ଗୋପାଳ ନନ୍ଦର ଦୁଲାଣ

ତୁମ ପାଇଁ ଯଶୋଦା ରାଇ ହେଲା ପାଗଳ

ଦେବକୀର ସୂତ ଗୋପପୂରେ କର ଲୀଳା

 

ସହସ୍ର ଗୋପନାରୀଙ୍କ ଭାଙ୍ଗ ଦହି ମାଠିଆ

ନିଜକୁ ବୋଲାଅ ନଟବର ପୂରା ସତିଆ

ରାଧାରାଣୀ ପ୍ରେମେ ତୁମେ ହୋଇଲ ପାଗଳ

ସହସ୍ର ଗୋପୀଙ୍କ ତୁମେ ଅଟ ବସନ ଚୋର

 

କଳଙ୍କନୀ ସଜାଇଲ ରାଧାକୁ କରି ଆତୁର

ତୁମରି ପ୍ରେମରେ ରାନାକୁ କରିଲ ପାଗଳ

ନଟିଆ ହଟିଆ କଳା କଳେବର କହ୍ନେଇ

ସଭିଁଙ୍କୁ ଦେଇଛ ତୁମ ଛନ୍ଦରେ ଭଣ୍ଡେଇ

 

ରସିକିଆ ପାନଖିଆ ଚିତ୍ତଚୋର କଳାଦନେଇ

ତୁମ ଦୟାବଳେ ମରୁଭୂମେ ଫୁଟିଯାଏ କଇଁ

ଯୁଗେଯୁଗେ ତୁମ କୀର୍ତ୍ତି ସଦା ରହିଛ ରହିବ

ତୁମ ବିନା ସଂସାରଟା ଶୂନ୍ୟ ହୋଇଯିବ

 

ଅର୍ଚ୍ଚନା ପାତ୍ର ,କଟକ