Sahitya Jibana

Portal on odia literature

ସାରଳା ମହାଭାରତରେ ନାରୀ – ଶୋଭାଗିନୀ ନନ୍ଦ

1 min read

ସାହିତ୍ଯ ଆକାଶର ନବଦ୍ବୀପକ

ହେ ମହାନପୁରୁଷ ସାରଳାଦାସ

ଆଦିକବି ମହାମୁନି ମାଟିରକବି

ଆଦ୍ଯାଭାଷାର ତୁମେ ତେଜମୟ ରବି ।

 

ତୁମପୂର୍ବନାମ ଅଟେସିଦ୍ଧେଶ୍ବରପରିଡା

ତୁମେକ୍ରୁଷିରକ୍ରୁଷକ

ତୁମେ ଦେଶର ବୀର ସଇନିକ

ତୁମକବିତାରପଂକ୍ତିରେଫୁଟିଉଠେ

ସବୁଜସୁଷମାରସେହି

ସବୁଜଖେତରେ ସ୍ବର୍ଣ୍ଣ ଧାନବିଡା

ସାହିତ୍ଯାକାଶେ ଓଡିଆ ମହାଭାରତେ

ତୁମେ ସୁବାସିତ ପୁଷ୍ପଗୁଚ୍ଛ

ଅବା ଫୁଲତୋଡା ।

 

ମାଟି ସହ ଦିନ ରାତି ମିଶି

ହେଲ ମାଟି ର ମଣିଷ

ଶାରଳା ଦେବୀଙ୍କ ଆଶିଷେ

ଲେଖି ଗଲ ଓଡିଆ ଭାଷାକୋଷ

ତୁମ ଗୀତେ କୁହ ତୁମ ନ ଥିଲା

ଜ୍ଞାନ ଅବା ଭାଷା

ଉଦୟ ହେଲା ତବ ଜ୍ଞାନ,

ଲଭି ଶାରଳା ଦେବୀ ଙ୍କ ସାହା ଭରସା ।

ଲେଖିଗଲ ଅଠରପରବ

ଓଡିଆ ମହାଭାରତ

କେତକ ପରବ ନାମ ବଦଳାଇ

ସଂସ୍କ୍ରତର ସ୍ତ୍ରୀ ପରବକୁ ଓଡିଆ

ନାରୀ ରେ ଲେଖଇ ।

 

ଓଡିଆ ମହାଭାରତେ

ସଜାଇଲ ସପ୍ତରଙ୍ଗେ

ନାନା ଚରିତ୍ର ର ରଙ୍ଗଶାଳା

ସମାଜ ଜୀବନ ରୁ ଲେଖିଗଲ

ତାରି ପରବ ବ୍ରତ ଉପବାସ

କେତେ ଯାନି ଯାତରା ।

ସୁଖ ଦୁଃଖ, ପ୍ରେମ‐ ପ୍ରତିହିଂସା

ହସ କାନ୍ଦ ବାସ୍ତବର ପୁଟଦେଇ

କରିଲ ସରସ ।

ଓଡିଆ ବାସୀଙ୍କ ମନେଫୁଟାଇ

ସୁବାସ ର ହସ ।

ନାନା ଅଳଙ୍କାରେ ସଜାଇଲ

ସେହି ପୁରାଣର ଦିବ୍ଯ ନାରୀ ଗଣେ

ମଥା ରେ ସିନ୍ଦୁର କୁଙ୍କୁମ ଗଭାରେ

ସୁନ୍ଦର ସଜ ସୁମନେ ।

ତନୁଶ୍ରୀ ସଜାଇଲ ଗହଣାରେ

ହୀରକ ବଦନ ।

କୁନ୍ତୀ ଗାନ୍ଧାରୀ ଯାଜ୍ଞସେନୀ ଉତ୍ତରା

ଦୁଶିଳା ଭାନୁମତୀ ହିଡିମ୍ବିକା ସୁଭଦ୍ରା

ନାରୀ ଚରିତ୍ରେ ସଜାଇଲ

ସାରଳା ମହାଭାରତ ନାରୀ ମଧୁଶାଳା ।

ସାରଳା ମହାଭାରତେ ନାରୀ

ଜନନୀ ଜାୟା ଭଗିନୀ ସଂହାରକାରିଣୀ

ପୁଣିକାମିନୀ ।

 

ରୂପଦେଲ ଅତିସୁନ୍ଦର ସମାଜର

ନିମ୍ନବର୍ଗୀ ତଥା ତପଶ୍ଚାରିଣୀ

ସତୀର ଇଚ୍ଛା ସହ ସତୀଦାହ

ଭିଷ୍ମ ଦ୍ରୋଣ ପର୍ବେ ଗଲଯେ ବଖାଣି ।

 

ଓଡିଆ ଓଡିଶା କଳାସଂସ୍କ୍ରତି

ନାରୀକୁ ଦେଲ ଆଗେଇ ବାରଗତି

ଭାଷା ସାହିତ୍ଯ ଉପଚାରେ

ବର୍ଣ୍ଣିଗଲ ନିଜ ପ୍ରତିଭାବଳେ

ନଥିଲାସଂସ୍କ୍ରତ ଅନୁବାଦକ

ସଂସ୍କ୍ରତ ସ୍ତ୍ରୀ ପରବକୁ ନାରୀ ରୂପଦେଲ ।

ରାଜଅନ୍ତପୁର ନାରୀକୁସଜାଇଲ

ସାଧରଣ ଚଳଣୀ ବେଭାରେ

କଲଉପନୀତ ।

ଭରିଦେଲତହିଁ ଓଡିଆର

ପ୍ରତି ନୀୟମ ନିତି ତ ।

 

ରାଗ ହିଂସା କ୍ରୋଧ ଈର୍ଷା

ତହିଁପୁଣି ଗାନ୍ଧାରୀଙ୍କ ଉପଦେଶ ବାଣୀ

କୁନ୍ତୀ ଙ୍କ ନୀରବ ଧୈର୍ଯ୍ଯର କାହାଣୀ

ରୂପ ବର୍ଣ୍ଣେ ସଜାଇଲ ପାଞ୍ଚାଳୀ ସୁଭଦ୍ରା

ଶୋଭା ସୌନ୍ଦର୍ଯ୍ଯରଖଣି ।

 

ଦ୍ରୋପଦୀଙ୍କ ପାଞ୍ଚାଳୀପତି

ବର୍ଣ୍ଣିଗଲ କୁନ୍ତୀଓମାଦ୍ରୀଙ୍କ

ମହୀୟସସୀ ନାରୀଜୀବନୀ ।

ଓଡିଆ ସାରଳା ମହାଭାରତେ

ନାରୀ ପୁରୁଷଙ୍କ ସମ୍ପର୍କ ଅଟେସୁର ରାଗିଣୀ ।

 

ଶୋଭାଗିନୀ ନନ୍ଦ

 ଜୟପୁର (କୋରାପୁଟ)

Copyright © Sahitya Jibana | Newsphere by AF themes.
Open chat
Hello
How can you help we?