Sahitya Jibana

Portal on odia literature

କଳାଧନ ସଞ୍ଚିବା ବ୍ଯର୍ଥ – ସୁକାନ୍ତ ଖଣ୍ଡା

1 min read

ସଂଗ୍ରହ କରିକି କଳାଧନକୁ ମୁଁ

ସଞ୍ଚିଥିଲି ଘରକୋଣେ

ପର୍ବତ ପ୍ରମାଣେ ଠିଆହେବା ପରେ

ପୋତିଦେଲି ବାଡି଼ସ୍ଥାନେ।୧

ଭାବିଥିଲି ମୁହିଁ ସରଗକୁ ନେବି

ମରିଯିବି ଯେଉଁଦିନ

ସେ ପୁରରେ ମୋ’ର ସଂସାର କରିକି

ଭଲରେ ରଖିବି ପ୍ରାଣ।୨

ମୋ’ର ସବୁ କଥା ଶୁଣୁଥିଲା ଧ୍ଯାନେ

ପବନଟି ଅହରହ

ଖଳ କରିଦେଲା କାହାକୁ କେଜାଣି

ଆଣିଦେଲା ହୃଦୁ ଲୁହ।୩

ଚୋର ଲୁଟିନେଲେ ଗୋଟିଏ ରାତିରେ

ପୋତିଥିବା ବାଡି଼ସ୍ଥାନୁ

ଭୀଷଣ ଦୁଃଖରେ ମର୍ମାହତ ହେଲି

ଲୁହ ବୋହେ ଆଖି କୋଣୁ।୪

ଘର ଭିତରର ପର୍ବତ ପ୍ରମାଣ

ଯାହା ଠିଆ ହୋଇଥିଲା

ଦିନରାତି ତାକୁ ଅନିଦ୍ରା ରହିକି

ଜଗିଲି ହୃଦକୁ ଖୋଲା।୫

ଚୋର ପରି ଦିନେ ଦଳେ ଡାକୁ ଆସି

ବନ୍ଧୁକକୁ ଦେଖାଇଲେ

ନ ଦେବି କହିଲି ପରିଶ୍ରମ ଧନ

ବନ୍ଧୁକକୁ ଫୁଟାଇଲେ।୬

ଛାତିରେ ଗୁଳିଟା ବାଜିବା ମାତ୍ରକେ

ଟଳିଗଲି ଭୂମିଠାରେ

କଳାଧକୁ ମୁଁ ସଞ୍ଚିବା ହୋଇବା

ବ୍ଯର୍ଥ ମୋ’ର ଜୀବନରେ।୭

 

ସୁକାନ୍ତ ଖଣ୍ଡା

ଶିକ୍ଷକ ଟାଙ୍ଗରତଳି ମଣତା ଘଟଗାଁ ,କେନ୍ଦୁଝର

Copyright © Sahitya Jibana | Newsphere by AF themes.
Open chat
Hello
How can you help we?