Sahitya Jibana

Portal on odia literature

ମମତାମୟୀ ଜନନୀ – ଝରଣା ସାହୁ

1 min read

ବିଧାତା ସୃଷ୍ଟିରେ ସବୁଠାରୁ ଶ୍ରେଷ୍ଠ

ମର୍ତ୍ତ୍ୟରେ ପାଇଛି ଶୋଭା

ସରଗର ଦେବି ଜନମିଲେ ତହିଁ

ମାଆ ରୁପେ ହେଲେ ଉଭା ।।

 

ହୃଦୟ ତାହାର ଅମୃତ ରେ ଭରା

କଥା ଯେ ଅମୃତ ବାଣୀ

ସ୍ନେହର ପ୍ରତୀକ,ଶ୍ରଦ୍ଧାର ସାଗର

ମମତାମୟୀ ଜନନୀ ।।

 

ମାଆ ର କୋଳରେ ସରଗର ସୁଖ

ଅଚିନ୍ତା ରେ ଯାଏ ସୋଇ

ପଣତ ତାହାର କଳ୍ପବଟ ଛାଇ

ବିପଦ ପାରେନି ଛୁଇଁ।।

 

ହାତ ରନ୍ଧା ତାର ଅବଢ଼ା ସମାନ

ଲାଗଇ ଅମୃତ ସତେ

ଚରଣ ତାହାର ମହୋଦଧି ନୀର

ପବିତ୍ର ଲାଗଇ ମତେ ।।

 

ଝରଣା ସାହୁ

           ନୂଆଗାଁ, ଯାଜପୁର

Copyright © Sahitya Jibana | Newsphere by AF themes.
Open chat
Hello
How can you help we?