Sahitya Jibana

Portal on odia literature

ମାଆ – ପ୍ରତାପ କୁମାର ପଣ୍ଡା

1 min read

ଜାଗ୍ରତ ତୁମ ଚେତନାକୁ କରି ଭାବି ଦେଖ ଆଉ ଥରେ
କେଉଁଠୁ ଆସିଛ ଗରବେ ଫାଟୁଛ  ମିଛ ତୁମ ଅହଂକାରେ
ସ୍ମୃତିର ଫର୍ଦ୍ଦ ଅସ୍ପଷ୍ଟ ହେଲେ ବି  ଅନ୍ତୁଡ଼ିଶାଳ ବାର୍ତ୍ତା
ଚିତ୍କାର କରି ଆଜି ବି କହୁଛି କିଏ ସେ ସୃଷ୍ଟି କର୍ତ୍ତା ।।

ପ୍ରହେଳିକା ମୟ ସଂସାର ଭିତରେ ଦିଗହରା ତୁମେ ପାନ୍ଥ
କାଠ ପାଷାଣରେ ମଥାକୁ ବାଡେଇ ଖୋଜୁଛ ମୁକ୍ତିର ପଥ
ଶରୀର ସେଦିନ ମାଟିର ପିତୁଳା ଅସହାୟତାର ରାହା
ଅମିୟ ମମତା ପାଇ କରୁଥିଲ ବଞ୍ଚିବା ପ୍ରୟାସ ଯାହା

ନରମ ପାଦରେ ମାଟିର ଉଷ୍ମତା ପାଇଲ ଯାହାର ପାଇଁ
ସୁନ୍ଦର ଧରାର ଅପୂର୍ବ ଶୋଭାକୁ ଟିକି ହାତେ ଗଲ ଛୁଇଁ
ସେହି ଏକା ତୁମ ଆରମ୍ଭ ବି ଶେଷ ମଥାର ଆଶ୍ବାସ ଟିଏ
ମାଆ ବିନା ତୁମ ମିଛ ଏ ଦୁନିଆ ପ୍ରକୃତ ଜୀବନ ସିଏ ।।

ମଣିଷ କପାଳ ବନ୍ଧା ପଡ଼ିଥାଏ ମାଆର ଚରଣ ତଳେ
ସେହି ମହୀୟସୀ ଥରେ ଦେଲେ ହସି ଖୋଲିଯିବ ବଳେ ବଳେ ।।

ପ୍ରତାପ କୁମାର ପଣ୍ଡା
ରାଉରକେଲା, ସୁନ୍ଦରଗଡ଼
ହ୍ୱାଟ୍ସଆପ୍ ନମ୍ବର :
9861059709

Copyright © Sahitya Jibana | Newsphere by AF themes.
Open chat
Hello
How can you help we?