Sahitya Jibana

Portal on odia literature

ମା – ପ୍ରଜ୍ଞାଲୀନ ସାହୁ

1 min read

ମା’ର ସେନେହ    ଅମୁଲର ମୂଲ
          ଚାହିଁଲେ ବି ହେବନାହିଁ ପରିଶୋଧ
ଦୁଃଖକଷ୍ଟ ସହି   ମୁଖେ ଆଣେ ହସ
          ଦେଖିବାକୁ ସନ୍ତାନର ଉଚ୍ଚସ୍ଥାନ ||
ଦେଖିଲେ ଵିପଦା  ସନ୍ତାନର ଆଗେ
           ସାଜେ ସେ ଶକ୍ତିରୂପୀ ନାରାୟଣୀ
ଅଧର୍ମକୁ ହରାଇ   ଧର୍ମ କୋଳେଇ ନିଏ
           ସନ୍ତାନକୁ ମାର୍ଗ ଦେଖାଇବା ପାଇଁ ||
ଚୁଲି ଜଳୁ ନ ଥିବ   ଘରେ ଛପର ନ ଥିବ
            ସନ୍ତାନ ଭୋକରେ ହେଉଥିବ ଛଟପଟ
ମା’ ପରା ସିଏ        ମମତାର ମୂଲ
             ପଣତରେ ଢାଙ୍କି ଆହାର ଦେବ ||
ରକ୍ତ ଅଚିହ୍ନା ଏଠି     ରକ୍ତକୁ ଦେଖି
              ସ୍ୱାର୍ଥଭରା ହିଂସା ସଂସାରରେ
ପ୍ରତେକ ମା’ର ରୂପ    ସମାନ ଅଟଇ
         ଯାହାଙ୍କ ତ୍ୟାଗ ଅସ୍ଵାର୍ଥପର ଏ ସଂସାରେ||
ମା’ର ତ୍ୟାଗ       ମା’ର ମହିମା
           କାଗଜ କଲମରେ ହେବନାହିଁ ପରିପୂର୍ଣ୍ଣ
ସେଥିପାଇଁ ଆଜି        ସାରା ଜୀବନ ଲାଗି
        ତା’ ମମତା ତ୍ୟାଗକୁ କରୁଛି ମୁଁ ପ୍ରଣିପାତ ||

ପ୍ରଜ୍ଞାଲୀନ ସାହୁ
ବାଲିକୁଦା, ଜଗତସିଂହପୁର