Sahitya Jibana

Portal on odia literature

ମାତୃ ଦିବସ – ପ୍ରିୟଙ୍କା ପଣ୍ଡା

1 min read

ଶୁଣ ଶୁଣ ମୋର ସାରା ଜଗତ ର ସନ୍ତାନ,

ଗର୍ବେ ଗାଉ ଅଛି ଯେଉଁମାନଙ୍କ ଗାନ,

ସେମାନଙ୍କୁ ମୋର କରେ ଜୟ ଜୟ କାର,

ହେଲି ମୁହିଁ ପୃଥିବୀ ମାତା ତାଙ୍କର ||

 

ଅପରିଷ୍କାରୁ ଯିଏ ହୋଇଛି ଜାତ,

ତୁମ୍ଭ ଅପରିଷ୍କାର ଙ୍କୁ ସଫା କରେ ତାରି ହାତ,

କିପରି ମୁଁ ଦେବି ତାକୁ ଦୁରେଇ,

ମୁଁ ପା ମାତା ପୃଥିବୀ ସଭିଙ୍କରି ||

 

 

କୁହ ରାସ୍ତାକୁ ଓହ୍ଲାଇବ ନାହିଁ କେହି,

ଚାରି ଆଡେ ରୋଗ ର ତ୍ରାହି ତ୍ରାହି,

ହେଲେ ମୋର ସନ୍ତାନ ଜଗିଛି ତୁମ୍ଭ ପାଇଁ,

ଖାଇଲେ ଖାଇବି ମାଡ଼ ବସୁନ୍ଧା ମାତା ତାର ||

 

ଦୂରତା ରଖିଲ ନିଜ ନୁହଁ କାହାର,

ଦୁରେଇ ଦେଇନି ସେ ପୁଅ ମୋହରି,

ନିଜ ଶରୀରଙ୍କୁ ନଡରି କରେ ସେ ସେବା,

ତା ସେବା ପାଇଁ ମୁହିଁ ଅଛି ସର୍ବଦା ବସୁନ୍ଧରା ||

 

 

ନିଜ ପରିବାର କୁ କରି ସେ ତୁଛ,

ଯାଇଛି ପୁତ୍ର ମୋର ଦୂର ବିଦେଶ,

ଜଗି ରହିଛି ସୀମାନ୍ତରେ ପଡୋଶୀ ଦେଶ,

ମୁଁ କରେ ଗର୍ବ ତାଙ୍କୁ ନେଇ ଧରିତ୍ରୀ ମାତ||

 

 

ନିଜ ନିଜ ସ୍ୱାର୍ଥ ପାଇଁ ସବୁ ଅଛ,

ଏମାନଙ୍କ ଦୁଃଖ ଆକୁଳ କିଏ ବା ବୁଝ,

କେମିତି ଦେବି ଦୁରେଇ ଏମାନଂକୁ କୁହତ,

ମାତା ହୋଇ ମୋ ଦେହେ ଲାଗିବ କଳଙ୍କ ||

 

କରୁଛି କରିବି ଗର୍ବ ନେଇ ଏହି ପୁତ୍ର ଙ୍କୁ ମୋର,

ଅଲୋଡ଼ା ବୋଲି ତୁହି ନ ଭାବିବୁ ସତ,

ଦଉ ପଛେ ତତେ ଯିଏ ଯେତେ ଦୁରେଇ,

ମୁହିଁ ନେବି କୋଳେଇ ଜନ୍ମ ରୁ ମୃତ୍ୟୁ ||

 

🌹ମୁହିଁ ଅଛି ତୋ ପୃଥିବୀ ମାତ🌹

ନାମ – ପ୍ରିୟଙ୍କା ପଣ୍ଡା

at/po ମଞ୍ଚେଶ୍ୱର ଧବଳେଶ୍ୱର

ଜିଲ୍ଲା _କଟକ

Copyright © Sahitya Jibana | Newsphere by AF themes.
Open chat
Hello
How can you help we?