Sahitya Jibana

Portal on odia literature

ମମତାମୟୀ ଜନନୀ – ଆଶୁତୋଷ ମିଶ୍ର

1 min read

ଯାହା ହାତ ଧରି ମୁଁ ବାଟ ଚାଲିଲି
ଯାହା କଥା ଶୁଣିଶୁଣି ମୁଁ କଥା କହିଲି।
ଯାହା ପାଖରେ କୁହେ ସବୁକଥା ମୋହର।।
ସେ ମମତାମୟୀ ଜନନୀ ମୋର।।

ସ୍ନେହରେ କପଟ ନ ଥାଏ ତା’ର
ମାରିଲେ ବି କରେ ସ୍ନେହ‌ଆଦର।
କେତେ ଗେହ୍ଲା କରେ ସେ ମୋତେ
ସେ ମମତାମୟୀ ଜନନୀ ମୋର।।

ହସର ଆଲୁଅ ସଦାସର୍ବଦା ବୁଣେ
ଦୁଃଖି ହେଲେ ମନେମନେ ସେ ଗୁଣେ।
ଦେଖାଏ ନାହିଁ ସେ ଦୁଃଖ ତାହାର
ସେ ମମତାମୟୀ ଜନନୀ ମୋର।।

ସକାଳରୁ ସନ୍ଧ୍ୟା ନିତି ସେ ଖଟେ
ପଚାରିଲେ କୁହେ ସଂସାର ତା’ର।
ତା’ପଣତ ତଳେ ସାରା ଦୁନିଆଁ ମୋର
ସେ ମମତାମୟୀ ଜନନୀ ମୋର।।

ଗର୍ଭରେ ସ୍ଥାନ ଦେଲା ତ ମୋତେ
ମୋ’ଲାଗି ସହିଲା କଷ୍ଟ ତ କେତେ।
ଆଜ୍ଞା ଅଧମ ସନ୍ତାନ ମୁଁ ତାହାର
ସେ ମମତାମୟୀ ଜନନୀ ମୋର

ଆଶୁତୋଷ ମିଶ୍ର
ଜିଲ୍ଲା- କେନ୍ଦ୍ରାପଡ଼ା
ହ୍ୱାଟ୍ସଆପ୍ ନମ୍ବର :
9114848447

Copyright © Sahitya Jibana | Newsphere by AF themes.
Open chat
Hello
How can you help we?