Sahitya Jibana

Portal on odia literature

ମମତାମୟୀ ମା – ଆଶିଷ କୁମାର ବଣିଆ

1 min read

ମମତାମୟୀ ଗୋ ସ୍ନେହମୟୀ ଗୋ
କାହିଁଗଲା ତୋର ପ୍ରିତୀ ପରଶ
ଜାଣିଅଛି ମୁହିଁ, ଛୁଇଁ ଦେଲେ ତୁହି
ଚାଲିଯିବ ପରା ମୋ ସବୁ ଦୁଃଖ ।।
ତୋହରି ପଣତ ଛାଇ ଯେ ଦିଏ
ଆମକୁ ସରଗ ସମାନ ଖୁସି
ଅବୋଧ ଶିଶୁକୁ ବୁଝାଇ ଦେଉ ତୁ
ସେ୍ନହ ସରଧାରେ ପୋଷି ।।
ହାତ ଧରି ତୁ ଚାଲି ଶିଖାଉ ଯେ
ପୁଣି ଶିଖାଉ ମଧୁର କଥା
ଦୁନିଆର ସବୁ ଦୁଃଖ ଭୁଲିଯାଏ
ତା କୋଳରେ ରଖିଲେ ମଥା ।।
ମାଁ ତୁ ଆମର ପ୍ରଥମ ଗୁରୁ ଯେ
ଦେଇଥାଉ ଜ୍ଞାନର ଆଲୋକ
ଶିକ୍ଷା ଦୀକ୍ଷା ଦେଇ ମଣିଷ କରୁ୍ ତୁ
ତୋ ପାଦ ତଳେ କୋଟି ପ୍ରଣିପାତ ।।

ଆଶିଷ କୁମାର ବଣିଆ

ବଲାଙ୍ଗୀର

ଇ-ମେଲ :
ashishkumarbania@gmail.com
ବଲାଙ୍ଗୀ
ହ୍ୱାଟ୍ସଆପ୍ ନମ୍ବର :
9556496852

Copyright © Sahitya Jibana | Newsphere by AF themes.
Open chat
Hello
How can you help we?