Sahitya Jibana

Portal on odia literature

ପ୍ରେମ ବନାମ ଅପହରଣ – ଦୀପିକା ପେରେଇ

1 min read

ଝରକା ଫାଙ୍କ ଦେଇ ଭୂଇଁରେ ପଡ଼ୁଥିବା ଜହ୍ନ ଆଲୁଅରେ “ରୁଦ୍ରିକା” ଅସଂଜତ ଭାବେ ଖୋଲା ଆଖିରେ ସୋଇଛି ହେଲେ ଆଖିରେ ଦେଖା ଯାଉନି ସେଇ ସ୍ୱପ୍ନମାନଙ୍କର ଭିଡ଼, ଦେଖା ଯାଉନି ଜହ୍ନରେ ତା ପ୍ରେମୀ ର ମୁହଁ ଦେଖିବା ର ଇଚ୍ଛା । ଯେମିତି ସବୁ ଅପେକ୍ଷା ଗୁଡ଼ିକ ଅଭିଶାପ ପାଲଟିଛି ।
ଢଳଢଳ ଲୁହମାନଙ୍କର ମେଳରେ ଆଖି ଯେମିତି ସ୍ତବ୍ଧ।
କିଛି ଲୁହ ପିଇ ଯାଉଛି ଓଠ ତ ଆଉ କିଛି ଗଳା ଦେଇ ହୃଦୟ କୁ ଓଦା କରି ଚାଲିଛି । ସେ ଜଳୁଛି ଅବ୍ୟକ୍ତ ଜ୍ୱାଳାରେ,ପ୍ରେମକୁ ବ୍ୟକ୍ତ କରି ନପାରି ଆଖି ସାମ୍ନାରେ
ପ୍ରେମୀ କୁ ଅନ୍ୟର ହାତ ଧରି ଚାଲିବା ର ଅନଳ ତାକୁ ଯେମିତି ଅଧା ଜାଳି ଦେଇଛି । ଏଇ ଲୁହ ବାଟେ ବୋହି ଯାଉଥିବା ତା ପ୍ରେମର ଏକ ମାତ୍ର ସନ୍ତକ ନାମକ ସ୍ମୃତି କୁ ଅଟକାଇବ ବୋଲି ସବୁ ଦିନ ଆଖି ବୁଜି ଦେବା ପାଇଁ ଜିଦ୍ ଧରି ହାତରେ ଧରିଛି ତା ବାପା ଦାଢ଼ି ଖେର ହେଉଥିବା ଖଣ୍ଡେ କୁନ୍ଥା ବ୍ଲେଡ୍ ରୁ।ଠିକ୍ ସେତିକିବେଳେ ତାର ମନେ ପଡୁଛି ତା ବାପାଙ୍କର ତା ପ୍ରତି ଥିବା ସ୍ନେହ ଆଉ ତାକୁ ନେଇ ଦେଖିଥିବା ସ୍ବପ୍ନମାନଙ୍କ କଥା । ସେ ଉଠି ପଡ଼ି ଅତି କ୍ଷିପ୍ରେ ଧାଇଁ ଗଲା ତାଙ୍କ ଘରେ ଥିବା ଖଣ୍ଡେ କାଠ ଆଲମିରା ପାଖକୁ, ସେଠି ଥିଲା ତାଙ୍କ ପୁରୁଣା କରଜ ଖାତା ତାକୁ ହାତରେ ଜାବୁଡ଼ି ଧରି ଗୋଟେ ଗୋଟେ ପୃଷ୍ଠା ଓଲଟାଇ ଭାବିଲା _ମୁଁ ଏପର୍ଯ୍ୟନ୍ତ ଅନେକ ଭୁଲ୍ କରି ଚାଲିଥିଲି ଏବେ ତାକୁ ସୁଧାରି ବି ବାପା ଙ୍କ ଋଣ/ କରଜ ଶୁଝି । ପୁଣି ଚଞ୍ଚଳେ ବ୍ଲେଡ୍ ଟିକୁ ଫିଙ୍ଗି ଦେଇ ଫେରିଗଲା ତା ଶୋଇବା ଘରକୁ । ପ୍ରବେଶ କରିଲା ମାତ୍ରେ ତା ବାପାଙ୍କ ମୁଁହ ଯେମିତି ଦୁଇ ପାଦ ପଛକୁ ରହି ଯାଇଥିଲା ,ଜହ୍ନ ବି ଉତ୍ତର ଦେବା ର ଭୟରେ ବଉଦ ଭିତରେ ବିନା ଶବ୍ଦରେ ଧୀରେ ଧୀରେ ଲୁଚି ଚାଲିଥିଲା। ସେଠି ଥିଲେ ରୁଦ୍ରିକା କୁ ଲାଞ୍ଛନା ଦେବାକୁ କେବଳ ଦଳେ ଅବହେଳିତ ସ୍ମୃତି ,
ଫେରେଇ ଦେଇଥିଲେ ତାକୁ ପୁଣି ତା ବିଗତ ଅତୀତକୁ। ଆଖି ଓତଃପ୍ରୋତ ଭାବେ ପୁଣି ଆଦ୍ର ହୋଇଆସିଥିଲା ଅନୁଭବ କଲା ପୁଣି ଅପହରଣ ହେଇ ପ୍ରେମ ପାଖକୁ ଫେରି ଯିବାର, ଲୁହ ପୋଛିବା ଆଳରେ ହାତରେ ପଡିଲା ତା ରଙ୍ଗୀନ ଓଢନୀ ରୁ ଗୋଟେ ଦେଖିଲା ଚାରିଆଡ଼େ ନିଃଶବ୍ଦ ଏଇଟା ଥିଲା ସେହି ସୁଯୋଗ ଯିଏ ଦେଇପାରିବ ଲାଞ୍ଛନା ଧାରି ସ୍ମୃତି ମାନଙ୍କୁ ବଡ ଜବାବ ।ଏବେ କିନ୍ତୁ ପ୍ରକୃତ ରେ ମନ କୁ ସବୁ ଦିନର ଚଞ୍ଚଳତା ରୁ ନିବୃତ କରିବାକୁ ବଡ ପ୍ରୟାସ ।
ସବୁ ପ୍ରସ୍ତୁତି ପରେ ଈଶ୍ୱର ଙ୍କୁ କେବଳ ଥିଲା ଗୋଟିଏ ପ୍ରଶ୍ନ
_ଇଏ ପ୍ରେମ ନା ଅପହରଣ ?

ଦୀପିକା ପେରେଇ
କେନ୍ଦୁଝର

Copyright © Sahitya Jibana | Newsphere by AF themes.
Open chat
Hello
How can you help we?