ଆମର୍ ମାଁ – ଜିତେନ୍ଦ୍ରିୟ ସାହୁ
1 min read
ସଁସାର୍ ଭିତ୍ରେଁ ସବୁନୁ ମଧୁର୍
କେଡେ ସୁନର୍ ତାର୍ ନାଁ
ମୁନୁଷ୍ ମାହାପୁରୁ ଏନ୍ତାକି ସଭେ
ଡାକ୍ସୁଁ ତାହାକେ ମାଁ।।
ଦଶ୍ମାସ୍ ଦଶ୍ଦିନ୍ ଗର୍ଭେଁ ଧରି
କରିଛେଁ କେତେଯେ ଧରମ୍
କେତେକେତେ ଦୁଖ୍ ସହିଲହି କରି
ଦେଇଛେ ଆମ୍କୁଁ ଜନମ୍।।
ନିଜର୍ ଦିହିଁଥୁ ଦେଇଛେ ଗୁରସ୍
ଯେନ୍ଟା ଅମୃତ୍ ସମାନ୍
ଧର୍ତି ଉପ୍ରେଁ ତାହାର୍ ନୁ ବଡ୍
ନେଇନ କିହେ ମହାନ୍।।
ନିଜେଁ ଭୁକେଁରହି ପହେଲା ଆମର୍
ପେଟ୍କେ ଦେଇଛେ ଖାନା
ସବୁ ଜନମ୍ଥିଁ ଋଣି ଅଉଁ ଆମେଁ
ଉଡଉଥିମା ତାର୍ ବାନା।।
ତାର୍ ପାହାଁଥି ଅଛେ ସବୁ ଧାମ୍
ଏତ୍କି କରିଥ ଜ୍ଞାନ୍
ସଁସାର୍ ଭିତ୍ରେଁ ସବୁଠାନୁଁ ସେ
ଆଏ ବଡ୍ ଭଗ୍ବାନ୍।।
ହର୍ଦିନ୍ ଆମେଁ ମାଁ ବୁଆ କର୍
କର୍ମା ହୋଭେଇ ସେବା
ତାକର୍ ସେବାଥି ଆମର୍ ଆତ୍ମାଟା
ମାୟାଜାଳୁଁ ତରିଯିବା।।
ସବୁନୁଁ ସୁନର୍ ସବୁନୁଁ ମଧୁର୍
ମାଁମାନେଁ କେତେ ବଢିଆ
ମାତୃ ଦିବସେଁ ସବୁମାଁ ମାନ୍କୁଁ
ମାରୁଛେଁ ମୁଇଁ ମୁଡିଆ।।
🙏🙏🙏🙏🙏🙏🙏
“ଜନନୀଜନ୍ମଭୂମିଶ୍ଚ
ସ୍ବର୍ଗାଦପିଗରୀୟସୀ”
ଶ୍ରୀମାନ ଜିତେନ୍ଦ୍ରିୟ ସାହୁ
ଚୁହାନ ପାଲି, ଘେଁସ,ବରଗଡ
ହ୍ୱାଟ୍ସଆପ୍ ନମ୍ବର :
୮୦୧୮୭୧୭୫୦୫