Sahitya Jibana

Portal on odia literature

ମମତାମୟୀ ଜନନୀ – ଶକ୍ତି ସ୍ୱରୂପ ମଙ୍ଗରାଜ

1 min read

ମାଆ’ର ମମତା କିଏବା ବୁଝିବ
ତା ମମତା ଅମୂଲ ମୂଲ,
ସନ୍ତାନ ପାଇଁ ସବୁ କରୁଥାଏ
ନିଜେ ହୋଇ କଲବଲ ।।୧

ହାତ ଧରି ସେ ଚାଲିବା ସିଖାଏ
ନିଜେ ଚାଲୁଥାଏ କଣ୍ଟାରେ,
ବିପଦ ପଡ଼ିଲେ ସବୁ ଟାଣିନିଏ
ଘୋଡେଇ ପଣତ କାନି’ରେ ।।୨

ଜଗି ରହିଥାଏ ଦିନ ରାତି ପୁଣୀ
ବସିଥାଏ ଦାଣ୍ଡ ଦ୍ୱାଆରେ,
ଡେରି ହୋଇଗଲେ ଛଟପଟ ହୁଏ
ସେ ପରା ମା’ର ମନରେ ।।୩

ଯେତେ ବଡ ହେଲେ ଛୋଟ ଦିଶୁଥାଏ
ସେହି ମା ର ମମତା କୋଳରେ,
ମା’ର ଆଗରେ ବିପଦ ପଡିଲେ
ସଜେ ସେ ଦୁର୍ଗା ରୂପରେ ।।4

ଏ କଳିଯୁଗରେ କିଏବା ଭାବୁଛି
ମା’ର ମମତା ମୁଲକୁ,
ହାତ ଛନ୍ଦି ହୋଇ ସବୁ ଭୁଲିଯାଏ
ସେହି ମା ର ଅଭୁଲା କଷ୍ଟକୁ ।।୫

ଆକୁ ତାକୁ ଧରି ବୁଲୁଥିବେ ସଦା
ଯାଉଥିବେ ମଜା ମସ୍ତିରେ,
ମା ଟିକୁ ଟିକେ ବୁଲେଇବା ପାଇଁ
ଭାବୁଥିବେ ସେ ପରା ଆମ ବୋଝୋରେ ।।୬

ସତ୍ୟ ଯୁଗରେ ଶ୍ରବଣ କୁମାର
ବୋହିଥିଲେ ମା ଆଉ ବାପାଙ୍କୁ,
ଏ କଳିଯୁଗରେ ଭାର ଭାଙ୍ଗି ଯାଏ
ସଦା ଚାହିଁ ଅନ୍ୟର ସୁଖକୁ ।।୭

ମା ମରିଗଲେ ଝୁରି ହୋଇଥାଉ
ସେହି ମା’ର ମମତା କୋଳକୁ,
ବଞ୍ଚିଥିବା ବେଳେ କାହିଁ ଭୂଳିଯାଅ
ସେହି ମା’ର ସ୍ନେହ ଆଉ ଶ୍ରଦ୍ଧାକୁ ।।୮

ମା ପାଖେ ଥିଲେ ସବୁ ଦୁଃଖ କଷ୍ଟ
ଚାଲି ଯାଏ ତା କୋଳରେ,
ବୁଝେଇ ଦିଏସେ କୋଳରେ ଶୁଆଇ
ସବୁ ଦୁଃଖ ସୁଖ ସାଥିରେ ।।୯

ଅନ୍ଧାର ପରେ ଆଲୁଅ ଆସଇ
ଏ ପରା ସଂସାର ନୀୟତି,
ଆମର’ବା ଦିନ ଏମିତି ଆସିବ
ବସି ଭାବୁଥିବା ରାତି ଦୀନ ।।୧୦

କରେ ହାତ ଯୋଡି ଏଇକି ମିନତି
ଏ କଳି ଯୁଗ ଭବ ସଂସାରେ,
ମା ଠାରୁ ବଡ କିଏବା ଅଛି ରେ
ମା ମମତା କୁ ଟିକେ ବୁଝରେ ।।୧୧

ମା ଡାକିଦେଲେ ସଦାବେଳେ ଶୁଭେ
ଆ ଆ ପରି ମୋ ପାଖକୁ,
ମା’ର ଡାକକୁ ଭୂଲନାହିଁ କେବେ
ଭୁଲନି ମା’ର ମମତା କୋଳକୁ ।।୧୨

ଶକ୍ତି ସ୍ୱରୂପ ମଙ୍ଗରାଜ
ଖୋର୍ଦ୍ଧା
ହ୍ୱାଟ୍ସଆପ୍ ନମ୍ବର :
6370629217
ଇ-ମେଲ :
swarp.dec5.2019@gmail.com

Copyright © Sahitya Jibana | Newsphere by AF themes.
Open chat
Hello
How can you help we?