Sahitya Jibana

Portal on odia literature

ମମତାମୟୀ ଜନନୀ – ବୈଜୟନ୍ତୀ ମାଳା ମହାପାତ୍ର

1 min read

ମମତାମୟୀ ଜନନୀ
ତୋ ଅମୃତ କୋଳ ପ୍ରଶାନ୍ତିର ଘର
ସୁଖ ଶାନ୍ତି ପ୍ରଦାୟୀନି ll

ବିଷାଦ କାଳରେ ତୋତେ ସୁମରିଲେ
ଶାନ୍ତି ମିଳେ ହୃଦୟକୁ ,
ଅମାପ ଶକ୍ତିରେ ଭରିଦେଉ ହିଆ
ଦୁଃଖ ସହ ଲଢିବାକୁ ll

ତୁହି ଶକ୍ତି ପ୍ରଦୟୀନି
ସମକକ୍ଷ କେହି ନୋହିବେ ଜଗତେ
ଜନ୍ମଦାତ୍ରୀ ତୁ ଜନନୀ ll

ସେବା ମମତାର ମୂରତି ତୁହିଗୋ
ଧନ୍ୟ ତୋହରି ଜୀବନ,
ସବୁ ତ୍ୟାଗ କରି କାମନା କରୁଛୁ
ସୁଖରେ ରହୁ ସନ୍ତାନ ll

ସ୍ୱର୍ଗୀୟ ଗୁଣରେ ପୂର୍ଣ୍ଣ
ସନ୍ତାନେ ଶିଖାଇ ଦୟା, ଧର୍ମ, କ୍ଷମା
ଜୀବନକୁ କରୁ ଧନ୍ୟ ll

ଫୁଲର ଶେଜକୁ ବିଛାଉ ସନ୍ତାନେ
କଣ୍ଟା ବାଛୁ ନିଜ ପାଇଁ,
ଦୁଃସହ ଦୁର୍ଗତି ସହ୍ୟ କରିଥାଉ
ନିଜ ବତ୍ସାକୁ ଦୂରେଇ ll

ମହିୟସୀ ତୁ ଧରାରେ
ତୋ ମହିମା କିଏ ବଖାଣି ପାରିବ
ଏହି ଜୀବନ କାଳରେ ll

ତୁହି ଜନ୍ମଦାତ୍ରୀ କର୍ମଦାତ୍ରୀ ତୁହି
ଜ୍ଞାନଦାତ୍ରୀ ରୂପଧରି,
ଦୁଃଖ ସାଗରରେ ସୁଦକ୍ଷ ନାବିକ
ସାଜି କରୁ ଦୁଃଖୁ ପାରି ll

ତୋର ସରି କେହିନାହିଁ
ମରତ ଧାମରେ ଜୀଅନ୍ତା ଦେବୀଟେ
ଅଟୁ ଗୋ ଜନନୀ ତୁହି ll

କବି ସୌରଭ
ବୈଜୟନ୍ତୀ ମାଳା ମହାପାତ୍ର
ଫୁଲବାଣୀ,କନ୍ଧମାଳ

Copyright © Sahitya Jibana | Newsphere by AF themes.
Open chat
Hello
How can you help we?