Sahitya Jibana

Portal on odia literature

ମମତାମୟୀ ଜନନୀ – ଯେମନ୍ତ ସାହୁ

1 min read

ମାଆଟି ମୋହର ମମତା ମୟୀ ସେ
ତା କରୁଣା ଅଟେ ଅପାର,
ତା ଗୁଣ ଗାରିମା ବର୍ଣ୍ଣିବା ପାଇଁ
ନାହିଁ ଶକତି ମୋ ଲେଖନୀର।

ଦଶମାସ ଦଶଦିନ ଗରଭେ ଧରି
ଜନମ ଦେଇଛି ମୋତେ,
ନିଜେ ସହି କେତେ ଦୁଃଖ କଷ୍ଟକୁ
ସେନେହ ସରଧା ଅଜାଡ଼ି ଦେଇଛି ମୋତେ।

ଖରା ବରଷା ଅବା ଝଡ ଝଞ୍ଜା
ଛୁଇଁ ପାରେ ନାହିଁ ମୋତେ,
ରକ୍ଷାକବଚ ସାଜିଛି ଯହିଁ
ମାଆର ପଣତ ସତେ।

ମାଆ କୋଳ ପରି ସେହି ଆନନ୍ଦ
ସେହି ମଜା ମଉଜ,
ଦେଇପାରେ ନାହିଁ କେବେହେଲେ
କୋଟି ଟଙ୍କାର ଶେଯ।

ସହିଅଛି ମୋର ଅଳି ଅରଦଳି
ଛାତିକୁ ତାହାର କରି ପଥର,
ସହନ ପଣରେ ଏହି ଦୁନିଆରେ
ନାହିଁ ତାର ପଟାନ୍ତର।

ସୁଝି କି ପାରିବି ତୋ ଋଣ ମୁହିଁ
ନାହିଁ ମୋର ଏତିକି ଶକତି,
ଯେତେ ଦିନ ଯାଏ ବଞ୍ଚି ରହିଥିବି
କରୁଥିବି ସଦା ତୋର ଭକତି।

ମମତା ମୟୀତୁ ତୋ ଆଖିରେ କେବେ
ନଥାଏ ଭେଦ ଭାବ,
ସର୍ବଗୁଣ ମୟୀ ଅଟୁ ତୁ ମାଆ ଗୋ
ତୋ ତୁଲ୍ୟ କିଏବା ହେବ।

ଯେମନ୍ତ ସାହୁ
ଗ୍ରାମ – ଭୋଇରମୁଣ୍ଡା
ଗ୍ରାପ – ରେଗଡା
ବ୍ଲକ୍ – କର୍ଲାମୁଣ୍ଡା
ଜିଲ୍ଲା – କଳାହାଣ୍ଡି
ହ୍ୱାଟ୍ସଆପ୍ ନମ୍ବର :
7077212726

Copyright © Sahitya Jibana | Newsphere by AF themes.
Open chat
Hello
How can you help we?