Sahitya Jibana

Portal on odia literature

ମମତାମୟୀ ଜନନୀ – ଜଗମୋହନ ପ୍ରଧାନ

1 min read

କୋଟିଏରେ ଗୋଟିଏ ମା ନାଁ ତା’ର
ତା’ଠାରୁ ଆଉ କିଏ ଅଛି ଯେ ସୁନ୍ଦର।
ସ୍ନେହ ମମତାର ସେ ଅମୁଲ୍ୟ ଭଣ୍ଡାର
ମା କୋଳ ଅଟେ ସରଗ ଠୁ ସୁନ୍ଦର ।।

ତା କୋଳରେ କାନ୍ଦି କାନ୍ଦି ଜନମ ହୋଇଛି
ସବୁ ଲୁହ ପୋଛି ଦେଇ ସେ ହସ ସିଖେଇଛି ।
ଅନ୍ଧାର ଆଡେଇ ଆଲୋକର ପଥ ଦେଖେଇଛି
କୋମଳ ପାଦରେ ହାତ ଧରି ଚାଲି ସିଖେଇଛି ।।

ବିପଦ ଆସିଲେ ପଣତ କାନି ଢାଙ୍କି ଦିଏ
ସବୁ ସୁଖ ଦେଇ ନିଜେ ଦୁଃଖ ସହି ନିଏ ।
ନିଦ ନ ଆସିଲେ ତା କୋଳରେ ଶୋଇ ଦିଏ
ରାଜା ରାଣୀ ଗପ ଜହ୍ନମାମୁଁ ଲୋରୀ ସୁଣାଏ ।।

ଖାଇ ସାରି ଅଇଣ୍ଠା ମୁହଁ ତା କାନିରେ ପୋଛିଚି
ଦୁଷ୍ଟାମୀ କରି ତା ହାତରୁ କାନ ମୋଡା ଖାଇଛି ।
ଆଜି ମୁଁ ଦୁନିଆ ଆଖିରେ ବଡ଼ ହୋଇ ଯାଇଛି
କିନ୍ତୁ ମା ପାଖରେ ଆଜି ବି ମୁଁ ଛୋଟ ପିଲା ଅଛି ।।

ମା ହାତ ରନ୍ଧା ଅଟେ ଅମୃତ ଭଣ୍ଡାର
ମା ଆଶିଷ ମୋ ପାଇଁ ବଇକୁଣ୍ଠ ପୁର ।
ମା ସନ୍ତାନ ସମ୍ପର୍କ ଯୁଗ ଯୁଗର
ମା ପାଦ ପଦ୍ମେ କୋଟି କୋଟି ନମସ୍କାର ।।

ଜଗମୋହନ ପ୍ରଧାନ
ଶକୁନ୍ତଳାପୁର, ଯାଜପୁର
ପିନ୍-୭୫୪୨୯୬
ହ୍ୱାଟ୍ସଆପ୍ ନମ୍ବର :
9090946906
ଇ-ମେଲ :
jaganp324@gmail.com

Copyright © Sahitya Jibana | Newsphere by AF themes.
Open chat
Hello
How can you help we?