Sahitya Jibana

Portal on odia literature

ମୋ ମାଆ – ଅରୁଣ କୁମାର ମେହେର

1 min read

ଦଶ ମାସ ଦଶ ଦିନ ଗର୍ଭ ରେ ଧରି
ଜନମ ଦେଇଚୁ ମତେ
ପ୍ରଥମ ଗୁରୁ ଭାବେ ଶିକ୍ଷା ଦେଇଥିଲୁ
ତୁଇ ମା ଗୋ ସତେ

ତୋ ବିନା କେବେ ଲାଗେ ନାହିଁ ଭଲ
ଚାରିଆଡେ ଦିଶେ ଅନ୍ଧାର
ସତେ କି କଳା ବାଦଲ ମାଡି ଆସେ
ଲାଗେ ନାହିଁ କିଛି ଭଲ

ମା ଅକ୍ଷରଟା ପୁଣି ସବୁଠାରୁ ବଡ
ତୋ ବିନା ଚାଲେନି ସଂସାର
ଦୁଃଖ ସବୁ ସହି ପୁଣି ସୁଖ ଦେଇଥାଉ
ତୁ ଏକ ସଂସାରେ ସାର

ଛୋଟ ରୁ ବଡ ଆମକୁ କରିଥାଉ ମା
ଦେଖାଇଥାଉ ବାଟ
ଜିବନରେ ପର କରିବିନି ତୋତେ
ତୁ ତୋ ସରଗଠୁ ବଡ଼

ଅରୁଣ କୁମାର ମେହେର
ଅରୁଣ କୁମାର ମେହେର,ବୁଟୁପାଲି, ଜିଲ୍ଲା-ବୌଦ୍ଧ
ହ୍ୱାଟ୍ସଆପ୍ ନମ୍ବର :
9583935009

Copyright © Sahitya Jibana | Newsphere by AF themes.
Open chat
Hello
How can you help we?