Sahitya Jibana

Portal on odia literature

ମାଆ – ସାଗର କୁମାର ପରିଡା

1 min read

” ମାତୃଦେବୋ ଭବ “-ସ୍ୱର୍ଗାଦପି ଗରୀୟସୀ
ମାଆର ଆସନ,
ଦଶମାସ ଦଶଦିନ ଗର୍ଭେ ବହି
ରକ୍ତଦେଇ ଗଢ଼ିଛି ଜୀବନ ।।

ବ୍ୟକ୍ତ ଆଉ ଅବ୍ୟକ୍ତର ମୂଳାଧାର
ଦେଇଥାଏ ଵ୍ୟକ୍ତି ପରିଚୟ ,
ସନ୍ତାନ ସନ୍ତତି ପାଇଁ ବିଗଳିତ ବିଛୁରିତ
ବିସ୍ତାରିତ ମାଆର ହୃଦୟ।।

ପେଟେଦେଇ ଓଦାକନା ସନ୍ତାନେ
କରାଇ ସ୍ତନ୍ୟପାନ,
ବୁକେ ତା’ର ନାହିଁ ପଳେ ହେଲେ ସ୍ୱାର୍ଥ
ଯୁଗେ ଯୁଗେ ସହିଛି କଷଣ।।

ମାଆ ଯେ ଅମାପ,ଅସୀମ
ତା ସ୍ନେହ ଓ ମମତା,
ନିଷ୍ପାଣ ହୃଦୟରେ ଭରିଯାଏ ପ୍ରାଣ
କହିଦେଲେ ପଦେ ମିଠାକଥା ।।

ଧନ୍ୟ ସେ କୌଶଲ୍ୟାମାତା ପୁତ୍ର କାଙ୍ଗାଳିନୀ
ସହିପାରେ ବୈଧବ୍ୟ ଯତ୍ନଣା,
କାରାଗାରେ ଜନନୀ ଦେବକୀ ସହିପାରେ
ମର୍ମାନ୍ତିକ ଅସହ୍ୟ ବେଦନା ।।

ଲୋଡ଼ା ନାହିଁ ଜଗତର ଭୌତିକ ବିଭବ
ଯଶ ଆଉ ମାନ-ସନମାନ ,
ମାଆ ମୋର ସବୁକିଛି ତା’ ଆଶ୍ରିତେ
ଗଢ଼ା ମୋ ଜୀବନ।।

ସନ୍ତାନ ପାଇଁକି ମାଆ ବିଧାତାର
ଶ୍ରେଷ୍ଠ ବରଦାନ,
ମାତୃ ସେବା,ମାତୃରଣ ପରିଶୋଧ ବିନା,
ସନ୍ତାନର ନାହିଁ ପରିତ୍ରାଣ ।।

ହେ ମୋର ପାଶ୍ଚାତ୍ୟ ସଭ୍ୟତାନୁଗାମୀ
ଉଦଭାନ୍ତ ଶିକ୍ଷିତ ସାମାଜ,
ଛାଡି ନାରୀବଶା ନୀତି ଗର୍ଭଧାରୀ
ଜନନୀକୁ ପୂଜ ।।

       ସାଗର କୁମାର ପରିଡା
    ବଡ଼ମ୍ବା, କଟକ
   ମୋ-୯୯୩୭୫୨୭୦୬୫
Copyright © Sahitya Jibana | Newsphere by AF themes.
Open chat
Hello
How can you help we?