ମମତାମୟୀ ଜନନୀ – ଜାହ୍ନବୀ ତ୍ରିପାଠୀ
1 min read
ସୁଖ ଦେଇ ଯିଏ ଦୁଃଖକୁ ନବ
ମା ପରି ଆଉ କିଏସେ ହେବ।
ସନ୍ତାନ ପାଇଁକି ହୃଦରେ ମମତା
ଅସରନ୍ତି କରି ସାଇତି ଥିବ।
ମା ପରି ଆଉ କିଏ ସେ ହେବ।
ଆଶା କରେ ନାହିଁ ନିଜ ଖୁସୀ କେବେ
ସନ୍ତାନ ଖୁସୀଠୁ ବଳୀ
ବିପଦ ପଡିଲେ ରକ୍ଷା କରେ ସିଏ
ଦେଇ ନିଜ ପ୍ରାଣବଳୀ।
ପିଲାର ଖାଇବା,ପିଲାର ପଢିବା
ପିଲାର ଜୀବନ ପାଇଁ
ପ୍ରତି ମୂହୁର୍ତ୍ତରେ ଜାଳି ଦେଉଥାଏ
ନିଜ ସୁଖ,ଜୀବନକୁ ସେହି।
ସୁଝିପାରିବାନି ସେବା ରୁଣ ତାର
ସୁଝିପାରିବାନି ଅମୃତକ୍ଷୀର ରୁଣ
ନିଃସ୍ୱାର୍ଥପର ଭାବେ କରିଥାଏ ସବୁ
ଯାଉ ଏ ଜୀବନ ଗାଇ ତା ଗୁଣ।
ଦେବୀ ବସିଥାନ୍ତି ମନ୍ଦିରରେ ସିନା
ସ୍ୱଦେହରେ ଦେବୀ ଥାଆନ୍ତି ଘରେ
ତା ଋଣ ସୁଝିବା ନୁହଇ ସହଜ
ମମତାମୟୀ ସେ ବୃଦ୍ଧାଶ୍ରମେ ନୁହେଁ
ରହନ୍ତୁ ସର୍ବଦା ଆମ ହୃଦୟରେ।
ଜାହ୍ନବୀ ତ୍ରିପାଠୀ
ଖୋର୍ଦ୍ଧା