Sahitya Jibana

Portal on odia literature

ମମତାମୟୀ ଜନନୀ – କଳ୍ପନା ବାରିକ

1 min read

ବୋଉ ଡାକ ମୋର ଏସଂସାରେ ସାର
ତା,ପରି ନାହିଁକେ ଆଉ
ଦଶ ମାସ ଦଶ ଦିନ କଷ୍ଟ ସହି
ଗର୍ଭରେ ଧରିଛି ବୋଉ ।

ଦିନ ଅବା ରାତି ଥକି ଯାଏ ନାହିଁ
ଏମିତି କଣ୍ତେଇ ଟିଏ
ଆସୁ ଝଡ ଝାଞୀ ନାଇଁ ଯାଏ ନାହିଁ
ଏମିତି ବୋଉ ମୋ ସିଏ ।

ବିଧାତା ମୋ ପାଇଁ ଦେଇଛି ଗଢି
ହାଡ ମାଂସ ପିଞରରା କଣ୍ତେଇ ସେତ
ଜିର୍ଣ୍ଣ ହେଲାଣି ଶରୀର ଟା ତାର
ତଥାପି ଊଣା ହୋଇନି ଟିକିଏ ସ୍ନେହତ ।

ନାନା ଦୁଃଖ କଷ୍ଟ ସହିସେ ଜୀବନେ
ମୋ ସୁଖ ମନାସୁ ଥାଏ
ମଙ୍ଗଳ କାମନା ମନାସିବା ପାଇଁ
ନିତି ମନ୍ଦିରକୁ ଯାଏ ।

ସେନେହ ମମତା ବାତ୍ସଲ୍ୟ ପଣରେ
ବୋଉ ମୋର ମହିୟସୀ
ଦୁଃଖ ଯନ୍ତ୍ରଣାକୁ ହୃଦୟରେ ଚାପି
ଆନ ଆଗେ ଦିଏ ହସି ।

ସଂସାର ପଥରେ ବାଟ ଚଳାଇଲା
ହାତେ ମୋର ହାତ ଧରି
ଆଗ ମତେ ଖୋଇ ପଛରେ ଖାଏ ସେ
କିଏ ହେବ ବୋଉ ପରି ।

ମଣିଷ ପଣରେ ମୋତେ ସେ ଗଢିଛି
ଶିକ୍ଷା ସଂସ୍କାର ଦେଇ
ଧର୍ଯ୍ଯା ନ ହରାହୋଇ ଲଢିଶିଖିଥିଲେ
ସବୁଠି ଯିତିବୁ ତୁହି ।

ସେବା ମମତାର ତ୍ୟାଗ ସେନେହର
ଅସୁମାରୀ ଖଣି ଟିଏ
ବୋଉ ପାଇଁ ଆମ ଘରଟି ସୁନ୍ଦର
ଆମ ପାଇଁ ଦେବୀ ସିଏ ।

ଦୟା,ଧର୍ମ ,କ୍ଷମା, ନ୍ୟାୟ ସଦାଚାର
ଶାନ୍ତି କଥା କହେ ବୋଉ
ଆଚାରରେ ଲକ୍ଷ୍ମୀ ବିଚାରେ ପଣ୍ଡିତା
ତାହା ପରି କିଏ ଆଉ ।

ଆମ ଘର ପାଇଁ ଗୃହଲକ୍ଷ୍ମୀ ସାଜି
ଦେଇଥାଏ ନୀତି ଶିକ୍ଷା
ତାର ପାଦ ତଳେ ମଥା ନତ କରି
ମାଗେମୁଁ ଆଶିଷ ଭିକ୍ଷା ।

କଳ୍ପନା ବାରିକ
ବୈରୀମାଳ,ଯାଜପୁର
ଇ-ମେଲ :
kalpanabcs9@gmail.com

Copyright © Sahitya Jibana | Newsphere by AF themes.
Open chat
Hello
How can you help we?