Sahitya Jibana

Portal on odia literature

ମା ପରି କିଏ ହେବ – ରାଧାମୋହନ ପୂଜାହାରୀ

1 min read

ମା’ ଶବଦରେ ଅଛି ସବୁ ସ୍ନେହ
ଅଛି କେତେ ଭଲ ପାଇବା,
ତା’ ତ୍ୟାଗ ମମତା ହୃଦେ ରଖି ଆମେ
ତା’ ଗୁଣ ସର୍ବଦା ଗାଇବା । (୧)

ମା’ ର ମମତା ଠାରୁ କିଛି ବଡ଼
ଦୁନିଆରେ ଆଉ ନାହିଁ,
ମା’ ର ଶରଧା ସରାଗ ସନେହ
ଆଉ ବା ମିଳିବ କାହିଁ । (୨)

ମା’ ଡ଼ାକ ଖାଲି ଅନୁଭବି ପାରୁ
ସିଏ ତ ଅବର୍ଣ୍ଣନୀୟ,
ଆଦି ଅନ୍ତ ସବୁ ମା’ ଠାରୁ ହୁଏ
ସଂସାରେ ସେ ଅଦ୍ୱିତୀୟ । (୩)

ମା’ ର ପଣତ ତଳେ ଶୋଇଗଲେ
ନିଦ ଆସେ ଛାଇଁ ଛାଇଁ,
ସର୍ବସ୍ବ ତ୍ୟାଗଇ ଛୁଆ ମୁହେଁ ଟିକେ
ହସ ଫୁଟାଇବା ପାଇଁ । (୪)

ଛୁଆର ଭୋକିଲା ପେଟ ଚିହ୍ନିପାରି
ଖାଇବାକୁ ତାକୁ ଦିଏ,
ଛୁଆ ପାଇଁ ହସ ଖୁସି ବଳିଦିଏ
ମାଆ ପରି ହେବ କିଏ । (୫)

ରାଧାମୋହନ ପୂଜାହାରୀ
ଗ୍ରାମ : ବାଗମାରୀ
ପୋ/ଥାନା : ବୀରମହାରାଜପୁର
ଜିଲ୍ଲା : ସୋନପୁର
ପାଇଁ : ୭୬୭୦୧୮
ଇ-ମେଲ :
rmp.pujahari@gmail.com

Copyright © Sahitya Jibana | Newsphere by AF themes.
Open chat
Hello
How can you help we?