Sahitya Jibana

Portal on odia literature

ମମତାମୟୀ ଜନନୀ – ସଂଗ୍ରାମ ମହାରଣା

1 min read

ବିଂଶ ଶତାବ୍ଦୀ ର ଅପରିଚିତ ସମୟ
ପାଦଚଲା ରାସ୍ତା ଲାଗେ ଆତଙ୍କ ଆଉ ଭୟ
ଧରାପୃଷ୍ଠ ର କୋଳକୁ ଆସିବା ଆଗରୁ
ଆଖି ଖୋଲି ନିଜକୁ ନିଜେ ଚିହ୍ନିବା ପୂର୍ବରୁ
ରହିଥିଲା ଯେଉଁ ଚକ୍ରବ୍ୟୁହର ସଜ୍ଞା
ହଁ,ସେ ମୋ ମାଆ
ଫୁଲ ଫୁଟିବା ଆଗରୁ ସମୟ ନିଏ
କଢ ଧରିବା ଯାଏ ସେ ଗଛ ରେ ଥାଏ
କେଡେ ଖୁସି ରେ ଥିଲି ମାଆ କୋଳରେ
କାହିଁକି ବଡ ହେଲି ବେଳେ ବେଳେ ପଚାରେ
ଉତ୍ତର ମିଳେ ନବା ପାଇଁ ତା ନାଆ
ହଁ,ସେ ମୋ ମାଆ
ଆଜି ସେ ମାଆ ର ଦିନ
ଅନ୍ତଫାଡି ଜନ୍ମ ଦେଇଥିବା ଚରିତ୍ର ର ଦିନ
କୌଶଲ୍ୟା ବଡ ଶ୍ରୀ ରାମ ଙ୍କ ପାଇଁ
ଦେବକୀ, ଯଶୋଦା ବଡ ଶ୍ରୀ କ୍ରୁଷ୍ଣଙ୍କ ପାଇଁ
ଇଶ୍ୱରଙ୍କୁ ଦେଖିନି
ସେ ସ୍ଥାନ ଯେ ପୂରଣ କରିଛି
ଇଶ୍ୱରଙ୍କ ଠାରୁ ବି ବଡ ସେ ମୋ ପାଇଁ
ଅନ୍ଧକାର ରେ ଯିଏ ଦେଖାଏ ରାହା
ସେ ଆଉକେହି ନୁହେଁ
ହଁ, ସେ ମୋ ମାଆ

ସଂଗ୍ରାମ ମହାରଣା
ଇନ୍ଦୁପୁର ,କେନ୍ଦ୍ରାପଡ଼ା
ହ୍ୱାଟ୍ସଆପ୍ ନମ୍ବର :
9938579456

Copyright © Sahitya Jibana | Newsphere by AF themes.