ମମତାମୟୀ ଜନନୀ – ସରୋଜ କୁମାର ସାହୁ
1 min read
ମାଆର ମମତା ଜୀବନ ଦର୍ଶନେ
ଅଟେ ସତ୍ୟ ସଂଜୀବନୀ,
ସଂସାର ସାଗରେ ସାକ୍ଷାତ ଈଶ୍ୱର
ମମତାମୟୀ ଜନନୀ ।।
ଦଶମାସ ଯାଏଁ କଷ୍ଟ ସହି ଯିଏ
ଆମକୁ ଜନମ ଦିଏ,
ଶିକ୍ଷା ଓ ସଂସ୍କାର ଦେଇ ଗଢିତୋଳେ
ମାଆଟି ଆମର ସିଏ ।।
ଦୈବୀଶକ୍ତି ତାର ଅଛି ବୋଲି ସିନା
ମୁହଁ ଦେଖି ପଢ଼ିପାରେ,
ତା ପଣତ ଅଟେ ସୁରକ୍ଷା କବଚ
ଏ ମନ ସର୍ବଦା ଝୁରେ ।।
ଦେହ ବିଗିଡ଼ିଲେ ନଖାଇ ନପିଇ
ପାଖେ ପାଖେ ଜଗିଥିବ,
ସାକ୍ଷାତ ଈଶ୍ୱର ଅଟେ ଆମପାଇଁ
ମାଆ ପରି କିଏ ହେବ ।।
ଅନାବିଳ ସ୍ନେହ ଅଗାଢ ବିଶ୍ଵାସ
ହୃଦୟେ ଥାଉ ସମ୍ମାନ,
ଶବ୍ଦ ମାଧ୍ୟମରେ ମାଆକୁ ଲେଖିବା
ନାହିଁ ମୋର ଏତେ ଜ୍ଞାନ ।।
ଜନମ ଜନମ ସେ ମାଆ ଗରଭେ
ଦିଅ ପ୍ରଭୁ ମୋତେ ସ୍ଥାନ,
କରୁଣା ବାରିଧି ଏତିକି କରୁଣା
ଆଉ ମାଗୁନାହିଁ ଆନ ।।
ସରୋଜ କୁମାର ସାହୁ
ଲଇକେରା,ଝାରସୁଗୁଡା