Sahitya Jibana

Portal on odia literature

ବୋଉ – ମାନସ ଦାସ

1 min read

ତୋର ହାତର ସ୍ପର୍ଶରେ
ଭଙ୍ଗା ଆଇନା ରେ ଦୃଶ୍ୟ ହୁଏ
ସ୍ପଷ୍ଟ ବାସ୍ତବ ପ୍ରତିଛବି ।
ତୋର କାଣିଚାଏ ଜ୍ୟୋତିରେ
ଶୂନଶାନ ରାତ୍ରିର ଘନ ଅନ୍ଧକାରେ
ଖଦ୍ୟୋତିକା ସୃଷ୍ଟିକରେ ନକ୍ଷତ୍ର ର ଭ୍ରମ ।
ତୋର ଗୋଟିଏ ଡାକରେ
ଶୁଷ୍କ ମରୁଭୂମିରେ ଛିଡ଼ାହୁଏ
ସ୍ନେହବୋଳା ଅସଂଖ୍ୟ ଶିଳାସ୍ତମ୍ବ ।
ତୋର ବୁନ୍ଦାଏ ଆଶିଷରେ
ଦିଗବଳୟ ଛାତିରେ ଆଙ୍କିହୁଏ
ସମ୍ଭାବନାର ଅନେକ ସୂର୍ଯ୍ୟ ।
ତୋର ଅଦୃଶ୍ୟ ଆଶୀର୍ବାଦ
ବଦଳାଇଦିଏ ହାତପାପୁଲିର
ଅଙ୍କାବଙ୍କା ଭାଗ୍ୟରେଖା ।

ମାନସ ଦାସ
ଗ୍ରାମ : ଧାନଦିଆ,ପୋ: କେରଡ଼ାଗଡ଼ ଭାୟା:ମଦନପୁର ଜିଲ୍ଲା:କେନ୍ଦ୍ରାପଡା ,୭୫୪୨୪୬
ଇ-ମେଲ :
liton.writer@gmail. com
ହ୍ୱାଟ୍ସଆପ୍ ନମ୍ବର :
8984028632

Copyright © Sahitya Jibana | Newsphere by AF themes.
Open chat
Hello
How can you help we?