Sahitya Jibana

Portal on odia literature

ମା ବୋଲି ଥରେ ଡାକି ଦେଲେ – ମେନନ୍ ସାହୁ

1 min read

ମା’ବୋଲି ତତେ ଥରେ ଡାକିଦେଲେ
ସଂସାରର ସବୁ ସୁଖ ମୋ ପାଖକୁ ଚାଲି ଆସେ
ମୋ ଜୀବନର ଦୁଃଖ, ଯନ୍ତ୍ରଣା,ନିରାଶ ଭାବନା ସବୁ
ଚାଲିଯାଏ କେଉଁ ଅଦୃଶ୍ଯ ଜଗତକୁ
ଆଉ ମୋ ମନରେ ଭରି ଯାଏ ଖାଲି ଶାନ୍ତି ହିଁ ଶାନ୍ତି

ମା’ ବୋଲି ତତେ ଥରେ ଡାକିଦେଲେ
ମୋ ମନରେ ଶହେ ହାତୀର ବଳ ଆସେ
ଜୀବନ ଯୁଦ୍ଧରେ ପ୍ରତ୍ୟେକ ଶତ୍ରୁକୁ ହରାଇବାର ସାହାସ ପାଏ
ରାଜା ନହୋଇ ବି ରାଜା ହେବାର ସୌଭାଗ୍ଯ ପାଏ ।

ମା’ବୋଲି ତତେ ଥରେ ଡାକିଦେଲେ
ରାତି ମୋତେ ଦିନ ଲାଗେ
ଖରା ମୋତେ ଛାଇ ଲାଗେ
ଦୁଃଖ ମୋତେ ସୁଖ ଲାଗେ
ଦୁନିଆଁ ମୋତେ ସୁନ୍ଦର ଲାଗେ ।

ମା’ବୋଲି ତତେ ଥରେ ଡାକିଦେଲେ
ଭୋକିଲା ପେଟ ମୋ ପୁରି ଯାଏ
ଗର୍ବରେ ଛାତି ମୋ ଫୁଲି ଉଠେ
ଆକାଶରେ ମୋର ମନ ଉଡେ
ଜହ୍ନକୁ ମୁଁ ମୋ ହାତେ ଧରେ ।

ମା’ବୋଲି ତତେ ଥରେ ଡାକିଦେଲେ
ମୋ ହୃଦୟ ପ୍ରେମରେ ଭାସେ
ଓଠରେ ହସ ମୋ ଆସେ
ଆଖିରେ ସତ ମୁଁ ଦେଖେ
ମନରୁ ମୋ ସ୍ନେହ ବରଷେ
ମା’ ବୋଲି ତତେ ଥରେ ଡାକି ଦେଲେ ।

ମେନନ୍ ସାହୁ
ଢେଙ୍କାନାଳ
ଇ-ମେଲ :
menonsahoo@gmail.com

Copyright © Sahitya Jibana | Newsphere by AF themes.