Sahitya Jibana

Portal on odia literature

ମାଆ – ଦେବାସ୍ରିତା ମିଶ୍ର

1 min read

ସେନେହ ମମତା ନିର୍ଝରଣୀ ସେ ତ
ଅବାରିତ ତାର ପ୍ରେମ
ଜନନୀ ଜଠର ପ୍ରଥମ ଆଶ୍ରୟ
କିଏ ଅବା ତାର ସମ (୧)
ତା ବକ୍ଷର ସୁଧା ଦେଇ ଦୂରେ କ୍ଷୁଧା
ଲୁଚାଇ ତା ଦୁଃଖ କ୍ଲେଶ
ନୟନୁ ପଢ଼ଇ ଅକୁହା କଥା ସେ
ଶୋକ ହରେ ତାର ସ୍ପର୍ଶ (୨)
ମଧୁଠୁ ମଧୁର ତାର କଣ୍ଠ ସ୍ୱର
ସେନେହ ଶରଧା ଭରା
ଯେତେ କ୍ଲେଶ କ୍ଲାନ୍ତି ଯାଇ ମିଳେ ଶାନ୍ତି
ତା’ କୋଳେ ଶୟନେ ପରା (୩)
ନାରିକେଳ ସମ ଅନ୍ତରେ ତା ପ୍ରେମ
ଉପରେ କରେ ଆକଟ
ଜୀବନର ଦୀକ୍ଷା ଦେଇ ନିତିଶିକ୍ଷା
ଦେଖାଇ ଦିଏ ସୁ ବାଟ (୪)
କେତେ ଉପବାସ ପୂଜା ଓଷା ବ୍ରତ
ସନ୍ତାନ ମଙ୍ଗଳ ପାଇଁ
ସବୁ ସୁଖ ତେଜି ଲୋକକରେ ଭିଜି
ହିତ ସେ ମନାସୁ ଥାଇ (୫)
କ୍ଷମା ପାରାବାର ହୃଦୟ ତାହାର
ନାହିଁ ରାଗ ଅଭିମାନ
ସେନେହ ପଣତ କରିଦିଏ ବ୍ୟାପ୍ତ
ଦୂରେ ଥିଲେ ବି ସନ୍ତାନ (୬)
ଯେତେ ଝଡଝଞ୍ଜା ଆସିଲେ ଜୀବନେ
କରିବାକୁ ସମ୍ମୁଖୀନ
ଅସରନ୍ତି ଝର ଆଶୀଷ ତାହାର
ଢାଳୁଥାଏ ନିତି ଦିନ (୭)

ଦେବସ୍ରିତା ମିଶ୍ର
ବାଙ୍ଗାଲୋର
ହ୍ୱାଟ୍ସଆପ୍ ନମ୍ବର :
9545610174

Copyright © Sahitya Jibana | Newsphere by AF themes.
Open chat
Hello
How can you help we?