Sahitya Jibana

Portal on odia literature

ମାଆ – ପବିତ୍ର ବେହେରା

1 min read

ମାଆ କାହିଁକି ଆଜି ମୁଁ ବଡ଼ ହେଲି
ତୁମକୁ ଛାଡ଼ି ଆଜି ମୁଁ ବାହାରକୁ ଆସିଲି ।

ମାଆ ଶବ୍ଦରେ ଏତେ ମଧୁରତା ଭରିରହିଛି
ଯେ ଭୂଲି ହେଉନାହିଁ ତୋହରି ନାଆଁ ।

ମାଆ ଯେଉଁ ଆଖିରେ ମୁଁ ଦୁନିଆ ଦେଖୁଥିଲି
ସେହି ଆଖି ଠାରୁ ଆଜି ବହୁ ଦୂରରେ।

ମାଆ ଯେଉଁ ହାତ ଧରି ଦିନେ ଚାଳିବା ଶିକ୍ଷିଥିଲି
ସେହି ହାତ ଠାରୁ ମୁଁ ଆଜି ବହୁ ଦୂରରେ ।

ମାଆ ତୋହରି ମାଟି ଘରେ ଯେଉଁ ସୁବାସିତ ମହକ ଥିଲା
ଏହି କାଚର ମହଲରେ ସେହି ମହକ ନାହିଁ ।

ମାଆ ତୋହରି ହାତ ରନ୍ଧାରେ ଯେଉଁ ସ୍ଵାଦିଷ୍ଟ ଥିଲା
ଏହି ଠାର ବିରିୟାନିରେ ସେ ସ୍ଵାଦିଷ୍ଟ ନାହିଁ ।

ମାଆ ତୋହରି ପଣତ କାନିରେ ଯେଉଁ ସ୍ଵଛତା ଥିଲା
ଏହି ଠାର ନାପକିନରେ ସେ ସ୍ଵଛତା ନାହିଁ ।

କେତେ ଯେ ଯତ୍ନବାନ ମାଆ ତୁ ଜଗତ ଜନନୀ
ତୋହରି ନିକଟରେ ମୁଁ ସବୁବେଳେ ରୁଣୀ।

ଗର୍ଭରେ ଦଶମାସ ଦଶଦିନ ଧରି
ଦେଇଥିଲୁ ତୁ ମୋତେ ନୂତନ ଜୀବନ ।

ଏ ଜୀବନ ଥିଲା ପର୍ଯ୍ୟନ୍ତ ତୁମ ପାଦ ତଳେ,
ଅଜାଡ଼ି ଦେବି ମୁଁ ମୋର ସର୍ବସ୍ବ ଜୀବନ ।

ଦୁନିଆଁର ଜଞ୍ଜାଳ କୁ ପଛରେ ପକାଇ
କରିଥିଲେ ତୁମେମୋର ରକ୍ଷଣ।

ଦୁନିଆରେ ଆସୁଯେତେ ବାଧାବିଘ୍ନ
ସର୍ବଦା ନିଜକୁ କରିଦେବି ଆପଣଙ୍କୁ ସର୍ମପଣ.

                    ପବିତ୍ର ବେହେରା
                        ଗଞ୍ଜାମ

Whatsapp number :୭୭୮୮୮୮୬୬୦୨

Copyright © Sahitya Jibana | Newsphere by AF themes.
Open chat
Hello
How can you help we?