Sahitya Jibana

Portal on odia literature

ମା – ସୌମ୍ୟାଶ୍ରୀ ନାୟକ

1 min read

ଦିଗନ୍ତବିସ୍ତାରୀ ବୃନ୍ତଚ୍ୟୁତ ମଧ୍ୟେ ମା’ ଢାଳିଦିଏ ସୌରଭ,
ଭାବବର୍ଣ୍ଣା ପଣତକାନିରେ ଭରିଦିଏ କେତେ ଯେ ବିଭବ।
ଦୁଃଖର ଗଗନେ ସଜାଏ ସପ୍ତରଙ୍ଗ ବର୍ଣ୍ଣବିଭା ଇନ୍ଦ୍ରଧନୁ,
ମେଘ ଉଢାଳରେ ସ୍ଵପ୍ନ ଲିଭେନାହିଁ କେବେ ଏ ମନୁ।
ପ୍ରେମମୟୀ ମା’ ତୁମେ ଶାନ୍ତସ୍ନିଗ୍ଧ ମୃଦୁ ମଳୟ,
ତୁମ୍ଭ କୋଳେ ବିତିଯାଏ କେତେ ଦିନ ଓ ସମୟ।
ଦୁଃଖର ହଳାହଳ ପାନ କରି ତୁମ୍ଭେ ଅମୃତ ଯୋଗାଅ,
ସର୍ବଶକ୍ତିଦାୟିନୀ ମାତା ଆମ୍ଭକୁ ବଞ୍ଚିବା ଶିଖାଅ।
କେବେ ସର୍ବଂସହା ପୁଣି କେବେ ସେ ମଙ୍ଗଳକାରିଣୀ,
ଅନିନ୍ଦ୍ୟ ରୂପ ଛଟା ମଧ୍ୟେ ସାଜେ ପୁଣି ସେ ତ୍ରିଶୂଳଧାରିଣୀ।
ଶ୍ରଦ୍ଧାର ଜନନୀ ତୁମ୍ଭେ ମା’ ଆଦ୍ୟାର ଚିରନ୍ତିନୀ,
କେବେ ସ୍ନେହ ମୟୀ ପୁଣି କେବେ ତୁମ୍ଭେ ପୂଜିନୀ।
ଅନାବିଳ ସ୍ନେହା ମାତାର ଆମ୍ଭକୁ ବାନ୍ଧିଛି,
କେତେ ଯେ ଯାତନା ଆଜି ମନତଳେ ରହିଛି।
ବିକ୍ଷିପ୍ତ ବାଦଲ ମଧ୍ୟେ ତୁମ୍ଭେ ଜହ୍ନ ସଦୃଶ,
ତୁମ୍ଭ ଆଗେ ମୁଣ୍ଡ ନୂଆଁଏ ଆଜି ଏ ମନୁଷ୍ୟ।
ଈଶ୍ଵରଙ୍କ ଅବଦାନ ତୁମ୍ଭେ ଅଦ୍ଭୁତ ଚମତ୍କାର,
ତୁମ୍ଭ ଦୁଇ ଚରଣେ ମାତା ଶତଶତ ନମସ୍କାର।

ସୌମ୍ୟାଶ୍ରୀ ନାୟକ
ପାପଡାହାଣ୍ଡି, ନବରଙ୍ଗପୁର

Copyright © Sahitya Jibana | Newsphere by AF themes.
Open chat
Hello
How can you help we?