Sahitya Jibana

Portal on odia literature

ମମତାମୟୀ ଜନନୀ – ସଂପଦ କୁମାର ବେହେରା

1 min read

ମାଆ ତୁମେ ଈଶ୍ୱରଙ୍କ ଅବତାର
କର୍ତ୍ତବ୍ୟ ର କଳ୍ପବଟ
ଆଲୋକଦାୟିନୀ ମୁକ୍ତି ପ୍ରଦାୟିନୀ
ସ୍ନେହମମତାର ପୀଠ।

ନିଃସ୍ୱାର୍ଥପର ତା ନିବିଡ଼ତା ପ୍ରେମ
ସତେ କରୁଣାର ଗାଁ
ତ୍ୟାଗର ପ୍ରତୀକ ପ୍ରେମର ପୂଜକ
ମଧୁଠୁ ମଧୁର ନାଆଁ।

ଅନନ୍ତ ସ୍ନେହର ସ୍ରୋତସ୍ୱିନୀ ନଦୀ
ଅବ୍ୟକ୍ତ ଚେତନା ଯାର
ଧୈର୍ଯ୍ୟ ସାହସର ମୂର୍ତ୍ତିମନ୍ତ ଟିଏ
ମାଆ ପ୍ରଥମ ଈଶ୍ଵର।

ଗର୍ଭରୁ ଯନ୍ତ୍ରଣା ସହିଛି ସିଏତ
ଏନ୍ତୁଡ଼ିଶାଳର କଷ୍ଟ
ଦୁଃଖରେ ରହିକି ସୁଖ ବାଣ୍ଟୁଥାଏ
ତା ଆଶୀଷ ସୁବୁ ରିଷ୍ଟ।

ଚିର ପୂଜ୍ୟନିୟା ଚିର ସମ୍ମାନୀୟା
ଚିର ବନ୍ଦନୀୟା ମାଆ
ସେବାର ସୁରଭି ଅମୃତ ର ଦେବୀ
ଆପଦ ବିପଦେ ସାହା।

ମା ଆ ହାତରନ୍ଧା ଶ୍ରୀମହାପ୍ରସାଦ
ଶାନ୍ତି ମୁକ୍ତି ପ୍ରୀତିଭାବ
ଅଲିଭାଦୀପର ସଳିତା ସେ ଜଳେ
ମାଆ ପରି କିଏ ହେବ।

ପଣତ ଯାହାର ସୁଖର ଚାଦର
ହାତ ଯା ଆଶୀଷ ପୂର୍ଣ୍ଣ
ନିଜେ ଭୋକ ସହି ସନ୍ତାନ ଖୁଆଏ
ଦୟା କ୍ଷମା ପୂର୍ଣ୍ଣ ମନ।

ମାଟି ଠୁ ମହାନ ଆକାଶ ଠୁ ବଡ଼
ପଣତକାନି ତ ଢାଲ
ମା କୋଳ ପରା ଜହ୍ନ ଠୁ ଶୀତଳ
ମମତା ଅମୂଲ ମୂଲ।

ସର୍ବସଂହା ତୁମେ ଶକ୍ତିସ୍ୱରୂପିଣୀ
ସତେ ସ୍ନେହକାଙ୍ଗାଳିନୀ
ଅଫୁରନ୍ତ ସ୍ନେହ ଅବ୍ୟକ୍ତ ଚେତନା
ମମତାମୟୀ ଜନନୀ।

ସଂପଦ କୁମାର ବେହେରା
ଗ୍ରାମ/ପୋଷ୍ଟ-ଝାଡ଼ଲିଙ୍ଗ ,ଥାନା-ଅସ୍ତରଙ୍ଗ, ପୁରୀ
ହ୍ୱାଟ୍ସଆପ୍ ନମ୍ବର :
8114886789

Copyright © Sahitya Jibana | Newsphere by AF themes.
Open chat
Hello
How can you help we?