Sahitya Jibana

Portal on odia literature

ମାତୃ ଦିବସ – ଅନିଲ୍ କୁମାର

1 min read

ଯା’ ହୃଦେ ସାଇତା ଅସରନ୍ତି ସ୍ନେହ
ଧୈର୍ଯ୍ୟ ତ ପର୍ବତସମ
ସିଏ ଅଟେ ଆମ ଜନ୍ମଦାତ୍ରୀ ମାଆ
ତା’ପାଦେ କୋଟି ପ୍ରଣାମ ।।

ଜହ୍ନଠାରୁ ଯିଏ ଅଧିକ ଶୀତଳ
ଫୁଲଠୁ ବେଶି କୋମଳ
ସକଳ ତୀର୍ଥ ଯେ ତାହାରି ଚରଣେ
ମନ ତା’ ଅଟେ ନିର୍ମଳ ।।

ଭୁଲିଯାଅ ନାହିଁ ମାଆର ମମତା
ହୁଅ ନାହିଁ ସ୍ୱାର୍ଥପର
ବୃଦ୍ଧାକାଳେ ତାଙ୍କୁ ଦୂରେଇ ଦିଅନି
ସେବା କର ନିରନ୍ତର ।।

ପିତାମାତା ଆଜି ଅଲୋଡ଼ା ହୁଅନ୍ତି
ବୃଦ୍ଧାଶ୍ରମେ ବିତେ ଦିନ
ନିଜ ସ୍ଵାର୍ଥ ପାଇଁ ଭୁଲିଯା’ନ୍ତି ତାଙ୍କୁ
ତାଙ୍କରି ନିଜ ସନ୍ତାନ ।।

ମାତୃ ଦିବସର ମହତ୍ତ୍ଵକୁ ବୁଝ
କରୁଥାଅ ତାଙ୍କ ସେବା
ମାଆ ପରି ଆଉ ଅଛି କେ ଜଗତେ
ଓଠେ ହସ ଭରିଦେବା ।।

ଅନିଲ୍ କୁମାର
ଗ୍ରାମ- କୁମାରୀ, ଜିଲ୍ଲା- ବୋୖଦ୍ଧ
ଇ-ମେଲ :
anilchandan121@gmail.com

Copyright © Sahitya Jibana | Newsphere by AF themes.
Open chat
Hello
How can you help we?