Sahitya Jibana

Portal on odia literature

ମାଆ – ହରିହର ଭୂକ୍ତା

1 min read

ଧରିତ୍ରୀ ସମାନ ଧୈର୍ଯ୍ଯ ଟି’ ଯାହାର
ସେ’ ପରା ଅଟେ ଜନନୀ
ମାଆ ଡାକରା ତା’ ଭରି ରହିଅଛି
ସେନେହ ବୋଳା ମୋହିନୀ ।

ଦଶ ମାସ ଧରି ଗରଭେ ତାହାର
ଜନମ ଦିଏ ସନ୍ତାନ
ଧରଣୀଧ ପୃଷ୍ଠରେ ସେହି ଏକା ପରା
ଆମ ପାଇଁ ଭଗବାନ୍ ।

ପ୍ରସବ ବେଦନା ଦୁନିଆଁ ଜଞାଳ
ମିଛ ଅପବାଦ ସହି
ଆପଣା ଜୀବନ ବିପଦରେ ଥୋଇ
ଜନମ ଦିଏତ ସେହି ।

ଆପଣା ଉଦର ଭୋକର ସେ ‘ ଜ୍ବାଳା
ହସି ହସି ଯାଏ ସହି
ସନ୍ତାନ ସନ୍ତତି ଉଦରକୁ ଖାଦ୍ୟ
ହସ୍ତରେ ଦିଏ ଖୁଆଇ ।

ଜନନୀ ପରା ସେ’ ଉଦାର ହୃଦୟ
ସେନେହ ବୋଳା ମମତା
ତାହାରି ଚରଣେ ସବୁ ଜନମରେ
ରଖିଥିବା ମୋର ମଥା ।

ଯୌଉବନ ତାର ଦିଏ ଜଳାଞ୍ଜଳି
ଦେଖେନା କେବେ ଶରୀର
ମମତାମୟୀ ଗୋ’ ଜନନୀ ମୋହର
ତୋ’ବିନା କିଏ କାହାର ।

ମନ୍ଦିରରେ ଦୀପ ପ୍ରଜ୍ବଳନ କରେ
ସନ୍ତାନ ମଙ୍ଗଳ ପାଇଁ
କେବେ ଈଶ୍ବରଙ୍କୁ ନିଜ ସୁଖ ପାଇଁ
କ୍ଷୀର ,ମହୁ ଦେଇ ନାହିଁ ।

ଲୋଭ ଆଶକ୍ତି ସେ’ କରି ନ’ ଜଣାଇ
ସେନେହ ଶ୍ରଦ୍ଧା ରେ ବନ୍ଧା
ଆପଣା ଗ୍ରାମର ନିଜ ଲୋକ ପର
ସନ୍ତାନ ସ୍ନେହରେ ବନ୍ଧା ।

ହରିହର ଭୂକ୍ତା

ହରିହର ଭୁକ୍ତା, ରାକସ,ତାଳଚେର, ଅନୁଗୁଳ
ହ୍ୱାଟ୍ସଆପ୍ ନମ୍ବର
8917636422

ଇ-ମେଲ :hariharbhukta8535@gmail

Copyright © Sahitya Jibana | Newsphere by AF themes.
Open chat
Hello
How can you help we?