ମାତୃ ଦିବସ – ଅର୍ଚ୍ଚନା ପାତ୍ର
1 min read
ମାଟି ମୋର କେଡେ ସୁନ୍ଦର
ଭୁଲିପାରୁନି ଛବି ତାହାର
ତା’ରି କୋଳେ ଜନମ ମୋର
ଭୁଲିପାରୁନି କଷ୍ଟ ତାହାର
ହସରୁ ତାର ମୁକୁତା ଝରେ
ଓଠରୁ ତାର ଅମୃତ ଝରେ
କେତେ ଅଝଟ ସହେ ଆମର
କରେନି କେବେ ମନ କାତର
ତା ପାଖେ ନାହିଁ ପର ଅପର
ସଭିଙ୍କୁ ଭାବେ ସେ ନିଜର ।
ଅର୍ଚ୍ଚନା ପାତ୍ର
କଟକ