Sahitya Jibana

Portal on odia literature

ମାଆ – ଡମ୍ବରୁଧର ଦାଶ

1 min read

ଦଶ ମାସ ଯିଏ ଗର୍ଭେ ଧରିଥାଏ
ଅସହ୍ୟ ବେଦନା ପାଇ
ମୁଣ୍ଡ ପାତି ଦେଇ ଶାଶୁ ନଣନ୍ଦର
ଗଞ୍ଜଣାକୁ ଯାଏ ସହି ।।୧।।
ଅନ୍ତକୁ ଫାଡିଣ ଦିଅଇ ଜନମ
ଝରାଇ ବକ୍ଷୁ ଅମୃତ
ମାଆ ରୂପେ ସିଏ ସୃଷ୍ଟିର ଆଧାର
ଜଗତେ ହୁଏ ବିଦିତ ।।୨।।
ସ୍ନେହମୟୀ ସିଏ ମମତାମୟୀ ସେ
ମମତାର ପ୍ରତିମୂର୍ତ୍ତି
ସ୍ନେହ ବନ୍ଧନରେ ବାନ୍ଧି ସମସ୍ତଙ୍କୁ
ନିତି ବାଣ୍ଟୁଥାଏ ପ୍ରୀତି ।।୩।।
ହାତ ଧରି ସିଏ ଚାଲିବା ଶିଖାଏ
କୋଳରୁ ଦେଖାଏ ଜହ୍ନ
ନିଜେ ନ ଖାଇଣ ଆମକୁ ଖୁଆଏ
ବୁଝିପାରେ ସିଏ ମନ ।।୪।।
ପଣତ କାନିରେ ଢାଙ୍କି ରଖିଥାଏ
ଦୁଃଖ କରେ ନାହିଁ ସ୍ପର୍ଶ
ଅଳି ଅର୍ଦ୍ଦଳିକୁ ପୂରଣ କରିଣ
‌ ଓଠେ ଭରିଦିଏ ହସ ।।୫।।
ପୃଥିବୀଠୁ ବଳି ସର୍ବଂସହା ମାଆ
ସ୍ଵର୍ଗରୁ ଅଟେ ମହାନ
ଯଶୋଦା ପରି ସେ ସ୍ନେହ କରୁଥାଏ
ହୃଦେ କରି ଗଣ୍ଠିଧନ ।।୬।।
ଏଇ ଦୁନିଆରେ ମାଆ ଏକା ସିନା
ନିଃସ୍ୱାର୍ଥ ପ୍ରେମ କରଇ
ବିନା ସ୍ୱାର୍ଥେ ବନ୍ଧୁ ସଖା ସହୋଦର
ଛାଡ଼ିଣ ଯିବେ ପଳାଇ ।।୭।।
ମାଆ ନାମ ଗୋଟି କେତେ ଯେ ପବିତ୍ର
ଡାକିଲେ ଝରଇ ମହୁ
ତାହାରି ସେବାରେ ତା’ ପଣତ ତଳେ
ଏ ଜୀବନ ବିତିଯାଉ ।।୮।।

ଡମ୍ବରୁଧର ଦାଶ
ଇ-ମେଲ :
dasdambaru5@Gmail.com
କୁଣ୍ଡାପିଠା, ଘଟଗାଁ, କେନ୍ଦୁଝର,୭୫୮୦୨୭
ହ୍ୱାଟ୍ସଆପ୍ ନମ୍ବର :
୮୨୪୯୩୯୧୧୦୯

Copyright © Sahitya Jibana | Newsphere by AF themes.
Open chat
Hello
How can you help we?